ତାତିରୁ ତ୍ରାହି ! ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଧୂଳିଝଡ଼

30

କନକ ବ୍ୟୁରୋ: ଗତକାଲି ପ୍ରବଳ ଖରାରୁ ମିଳିଛି ଆସ୍ୱସ୍ଥି । ସକାଳୁ ସକାଳୁ ଘଡ଼ଘଡ଼ି ସହ ଝିପଝିପ ବର୍ଷାରେ ଭିଜିଛି ରାଜଧାନୀ । ହଠାତ୍ ପବନ ହେବା ସହ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଂଜାମରେ ସର୍ବାଧିକ ବର୍ଷିବା ସମ୍ଭାବନା ରହିଛି ।

ତେବେ ଆଜି ସକାଳୁ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ୨୧ ମିଲିମିଟର ହୋଇଛି । ଅସ୍ତରଙ୍ଗରେ ପ୍ରବଳ ଧୂଳିଝଡ଼ ହୋଇଛି । ସକାଳ ୭ଟା ସୁଦ୍ଧା ହଠାତ୍ କଳାହାଣ୍ଡିଆ ମେଘ ସହ ଆରମ୍ଭ ହୋଇଯାଇଥିଲା ପବନ । ପାଖାପାଖି ଶହେ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ସମଦ୍ରଆଡୁ ମାଡିଥିବା ପବନ ପୁରା ଅସ୍ତରଙ୍ଗକୁ ଧୂଳି ଚାଦରରେ ଆଚ୍ଛାଦିତ କରିଦେଇଥିଲା । ପ୍ରାୟ ଘଂଟାଏ ଧରି ଏଭଳି ତାଣ୍ଡବ ଚାଲିଥିଲା । ପାରାଦୀପରେ ୨୦ ଦଶମିକ ୮, ଭୁବନେଶ୍ୱରରେ ୪ ଦଶମିକ ୭ ଓ ଚାନ୍ଦବାଲିରେ ୧ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –