ଦିନରେ ଖରା, ରାତିରେ ଥଣ୍ଡା । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ, ରାତିରେ ସର୍ବନିମ୍ନ ତାପମାତ୍ରା କମିବାର ସମ୍ଭାବନା

355

କନକ ବ୍ୟୁରୋ : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମ୍ ରହିବାର ସମ୍ଭାବନା ରହିଛି । ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ଭାବେ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏଥିରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

ଭଦ୍ରକ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଅନୁଗୁଳ, କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡିରେ ଘନ କୁହୁଡ଼ିର ଆଶଙ୍କା ରହିଛି । ଆଗାମୀ ଦୁିଦିନ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ୩ରୁ ୪ ତାରିଖରେ କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ ।