ପ୍ରବଳ ତାତି ଭିତରେ ଆସିଲା ଆଶ୍ୱସ୍ତିର ଖବର ! ଜୁନ ମଧ୍ୟଭାଗରେ ଓଡିଶା ଛୁଇଁପାରେ ମୈାସୁମୀ

42

କନକ ବ୍ୟୁରୋ: ଡହଡହ ତାତି ଭିତରେ ଆସିଛି ମୈାସୁମୀର ପ୍ରଥମ ସ୍ପର୍ଶର ଖବର । ଆଣ୍ଡାମାନ ଉପକୂଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ । ଆଗାମୀ ୭୨ଘଂଟା ଭିତରେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗକୁ ପରିବ୍ୟାପ୍ତ ହେବା ସହ ଜୁନ ପହିଲାରେ କେରଳ ଛୁଇଁବାର ସମ୍ଭାବନା ରହିଛି । ଏବଂ ଜୁନ ମଧ୍ୟଭାଗରେ ମୈାସୁମୀ ଓଡିଶାରେ ପହଁଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଅନୁକୂଳ ପରିବେଶ ଓ ସାମୁଦ୍ରିକ ସ୍ଥିତି ମୈାସୁମୀର ଗତିପଥକୁ ସୁହାଇଛ ବୋଲି କୁହାଯାଉଛି । ଏଣୁ ଆଗାମୀ ୧୫ ଦିନ ମଧ୍ୟରେ ମୈାସୁମୀ ଦକ୍ଷିଣ ଭାରତରେ ପହଁଚିବା ନେଇ ଅନୁମାନ କରାଯାଉଛି । କେନ୍ଦ୍ର ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଜୁନ ପ୍ରଥମ ସପ୍ତାହ ସୁଦ୍ଧା କେରଳରେ ଆରମ୍ଭ ହୋଇପାରେ ମୈାସୁମୀ ବର୍ଷା । ଆଉ ପାଗ ଅନୁକୂଳ ରହିଲେ ଜୁନ ମଧ୍ୟଭାଗରେ ଓଡିଶାରେ ଆରମ୍ଭ ହୋଇପାରେ ମୈାସୁମୀ ବର୍ଷା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –