୪୮ଘଣ୍ଟା ମଧ୍ୟରେ ଘୂର୍ଣ୍ଣଝଡ ସହ ବର୍ଷା ଆଶଙ୍କା ! ଉତ୍ତର ଓ ପଶ୍ଚିମ ଓଡ଼ିଶା ସମେତ ଏହି ସବୁ ଜିଲ୍ଲାରେ ବର୍ଷା ସହ କୁଆପଥର ମାଡ଼ର ସମ୍ଭାବନା

258

କନକ ବ୍ୟୁରୋ: ଫେବୃଆରୀରେ ଅସହ୍ୟ ତାତି ପରେ ବଦଳିଲା ପାଣିପାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହଠାତ୍ କଳାହାଣ୍ଡିଆ ମେଘ ମାଡିଆସିଛି । କିଛି ସ୍ଥାନରେ ବର୍ଷା ବି ହୋଇଛି । ଏଭଳି ସ୍ଥିତିରେ ୧୩ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ।

odisha weather

ଉତର ଓ ପଶ୍ଚିମ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ସହ କୁଆପଥର ମାଡ଼ର ସମ୍ଭାବନା ରହିଛି । ତେବେ ୨୫ ତାରିଖରେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଟ୍ରପ୍ ଲାଇନ୍ ପ୍ରଭାବରେ ଅଧିକାଂଶ ଜିଲ୍ଳାରେ ବର୍ଷା ହେବ ବୋଲି କୁହାଯାଉଛି ।

ଏହି ସମୟରେ ଉତର-ପଶ୍ଚିମ ବଙ୍ଗୋପସାଗରରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି ।