ନିଷ୍କ୍ରିୟ ହେଲା ମୌସୁମୀ: ରାଜ୍ୟରେ ହାରାହାରି ୧୩ ପ୍ରତିଶତ ଅଧିକ ବର୍ଷା, ୧୧ଜିଲ୍ଲାରେ ଅତିବୃଷ୍ଟି,କଳାହାଣ୍ଡିରେ ସର୍ବାଧିକ,୩୧ ବ୍ଲକରେ ନିଅଂଟିଆ ବର୍ଷା

35

କନକ ବ୍ୟୁରୋ: ସମଗ୍ର ରାଜ୍ୟରେ ସ୍ୱାଭାବିକ ଠାରୁ ହାରାହାରି ୧୩% ଅଧିକ ବର୍ଷା ହୋଇଛି। ହେଲେ, ବଲାଙ୍ଗୀର, ସୁନ୍ଦରଗଡ ସ୍ଥିତି କିନ୍ତୁ ବେହାଲ। ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଲୋଇସିଂହା, ବେଲପଡା ଏବଂ ସୁନ୍ଦରଗଡର ଟାଙ୍ଗରପାଲିରେ ଏବର୍ଷ ଅନାବୃଷ୍ଟି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାଭାବିକ ବର୍ଷା ତ ଦୂରର କଥା ଏହି ୪ଟି ବ୍ଲକରେ ହାରାହାରି ୪୦ରୁ ୫୦% କମ୍ ବର୍ଷା ରେକର୍ଡ ହୋଇଛି। ଆଉ ୧୧ଟି ଜିଲ୍ଲାର ପାଖାପାଖି ୨୭ଟି ବ୍ଲକ ସ୍ଥିତି ବି ଗମ୍ଭୀର। ଏସବୁ ଅଞ୍ଚଳରେ ୨୦ରୁ ୪୦% କମ୍ ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।

ଏଭଳି ଏକ ଚିତ୍ର ସହିତ ଓଡ଼ିଶାରୁ ମୌସୁମୀ ଧୀରେ ଧୀରେ ବିଦାୟ ନେବାକୁ ଆରମ୍ଭ କଲାଣି। ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି, ଓଡ଼ିଶାେର ଏେବ ମୌସୁମୀ ନିଷ୍କ୍ରିୟ ହୋଇଯାଇଛି। କିନ୍ତୁ ମୌସୁମୀ ଫେରିବା ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିବା ଲାଗି ଅକ୍ଟୋବର ତୃତୀୟ ସପ୍ତାହ ପର‌୍ୟ୍ୟନ୍ତ ସମୟ ନେବ।

ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଉଛି, ଓଡ଼ିଶାରେ ଅକ୍ଟୋବର ତୃତୀୟ ସପ୍ତାହ ପର‌୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆରବ ସାଗରରେ ଏକ ଘୂର୍ଣ୍ଣିଝଡ ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ଏହା ବାତ୍ୟା ରୂପ ନେଇପାରେ ଓ ଅକ୍ଟୋବର ୯ ରୁ ୧୧ ତାରିଖ ମଧ୍ୟରେ ଏହା ଗୁଜୁରାଟ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଧିକ। ଏହା ଉପକୂଳ ଛୁଇଁବା ପରେ ଯଦି ପୂର୍ବ ମୁହାଁ ହୁଏ, ତେବେ ଓଡ଼ିଶାରେ କିଛି ଅଞ୍ଚଳରେ ବର୍ଷା ହୋଇପାେର ବୋଲି ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି। ଓଡ଼ିଶାେର ମୌସୁମୀ ଆଉ ସକ୍ରିୟ ନାହିଁ ବୋଳି ତାଙ୍କର ମତ। ଏବର୍ଷ ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକ ବର୍ଷା ଆକଳନ କରିଥିେଲ। ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବା ଘୋଷଣା ହୋଇଥିଲା। ହେଲେ ଜୁନ୍, ଜୁଲାଇରେ ବର୍ଷାର ଲୁଚକାଳି ଖେଳ, ଚାଷୀଙ୍କ ମୁଣ୍ଡ ଗୋଳମାଳ କରିଦେଇଥିଲା। କେଉଁଠି ବର୍ଷା ଅଧିକ ହେଲା ତ ଆଉ କେଉଁଠି ମରୁଡି ସ୍ଥିତି ଉପୁଜିଲା।

ସରକାରୀ ତଥ୍ୟ କହୁଛି, ଜୁନରୁ ସେପ୍ଟେମ୍ବର ୪ମାସ ମଧ୍ୟରେ ରାଜ୍ୟରେ ହାରାହାରି ୧୨.୯% ବର୍ଷା ଅଧିକ ରେକର୍ଡ ହୋଇଛି। ଜୁନରେ ନିଅଣ୍ଟିଆ (୨୫.୪%) ବର୍ଷା ହୋଇଥିଲା। ଅଗଷ୍ଟମାସରେ ମାତ୍ର ୧୦% ଅଧିକ ବର୍ଷା ରେକର୍ଡ ହୋଇଥିଲା। କିନ୍ତୁ ଜୁଲାଇ ଓ ସେପ୍ଟେମ୍ବରରେ ହାରାହାରି ୨୯% ଅଧିକ ହୋଇଥିବା ଜଣାପଡିଛି। ସୁନ୍ଦରଗଡ ଓ ଦେବଗଡରେ ସବୁଠାରୁ କମ୍ ବର୍ଷା ହୋଇଛି। ଏବର୍ଷ ପାଖାପାଖି ୧୧ଟି ଜିଲ୍ଲାେର ଅତିବୃଷ୍ଟି ମଧ୍ୟ ହୋଇଛି। କଳାହାଣ୍ଡିେର ସର୍ବାଧିକ ୬୦% ଅଧିକ। ଏହା ପଛକୁ ପୁରୀ (୪୭.୮%) ରହିଛି। ମାଲକାନଗିରି, କେନ୍ଦ୍ରାପଡା, ଯାଜପୁର, ଖୋର୍ଧା, ଜଗତସିଂହପୁର, ଭଦ୍ରକ, କଟକ, କୋରାପୁଟ ଓ ରାୟଗଡାେର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ବାକି ୧୯ ଜିଲ୍ଲାରେ କିନ୍ତୁ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମହାନଦୀ ଉପରେ ଥିବା ହୀରାକୁଦ ଜଳଭଣ୍ଡାରରେ ୬୩୦ ଫୁଟ ପାଣି ରହିବା କଥା। ଅପରାହ୍ନ ସୁଦ୍ଧା ଜଳସ୍ତର ୬୨୯.୫୨ ଫୁଟରେ ପହଞ୍ଚିଛି ଓ ଜଳଭଣ୍ଡାର ୯୮.୧% ପୂରଣ ହୋଇଛି। ବ୍ରାହ୍ମଣୀ ନଦୀ ଉପରେ ଥିବା ରେଙ୍ଗାଳି ଜଳଭଣ୍ଡାର ୮୩.୨%, ସିେଲରୁ ନଦୀ ଉପରେ ଥିବା ବାଲିେମଳା ଜଳଭଣ୍ଡାରର ୯୮.୪% ପୂର୍ଣ୍ଣ ହୋଇଛି। ସେହିଭଳି କୋଲାବ ଜଳଭଣ୍ଡାର ୯୧.୧%, ଇନ୍ଦ୍ରାବତୀ ନଦୀ ଉପରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ୯୧.୪%, ସାଳନ୍ଦୀ ଜଳଭଣ୍ଡାରରେ ୮୬.୨% ପୂର୍ଣ୍ଣ େହାଇଥିବା ଜଣାପଡିଛି। ଜଳସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଳଭଣ୍ଡାରର ଏହି ସ୍ଥିତିକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି।

ସୂଚନାେଯାଗ୍ୟ, ଅନୁଗୁଳ ଜିଲ୍ଲାର େଛଣ୍ଡିପଦା (୨୨.୩%), ପାଲଲହଡା(୨୭.୬%), କଣିହାଁ (୩୨.୯%), ବଲାଙ୍ଗୀରର ଡୁଡୁକା (୨୦.୩%),ଖପ୍ରାେଖାଲ (୨୦.୭%),ତୁରେଇେକଲା (୨୪.୪%) କମ୍ ବର୍ଷା ହୋଇଛି। ସେହିପରି ବରଗଡର ପଦ୍ମପୁର (୨୩.୮%), ସାେହଲା (୨୬.୮%),କେନ୍ଦୁଝରର ଚମ୍ପୁଆ (୨୪.୫%), କୋରାପୁଟର ବନ୍ଧୁଗାଁ (୨୬.୪%), ନାରାୟଣପାଟଣା (୩୩.୭%), ମାଲକାନଗିରିର ପଡିଆ (୨୧.୪%)ରେ ବି ସ୍ୱାଭିବାକ ଠାରୁ କମ୍ ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର‌୍ୟ୍ୟାଳୟ ସୂଚନା ଦେଇଛନ୍ତି।

ଏହି ତାଲିକାରେ ମୟୂରଭଂଜର ବିେଶାୟୀ (୨୦.୯%), ରାସ ଗୋବିନ୍ଦପୁର (୨୨.୧%), ରରୁଆଁ (୨୭.୬%), ମୋରଡା (୩୧.୪%), ଶୁଳିଆପଡା (୩୨.୧%), ନବରଙ୍ଗପୁରର ଉମରକୋଟ (୧୯.୭%), କୋଷାଗୁମୁଡା (୨୧.୫%), ନୟାଗଡର ରଣପୁର (୧୯.୪%), ରାୟଗଡାର ପଦ୍ମପୁର (୨୦.୯%), ସମ୍ବଲପୁରର ନାକଟିେଦଉଳ (୨୦.୬%), ସୁନ୍ଦରଗଡର ସବ୍ଡେଗା (୨୦.୯%), ବଣାଇ (୨୭.୫%), ବାଲିଶଙ୍କରା (୩୦.୧%), ଲେଫ୍ରିପଡା (୩୪.୨%) ଓ ସୁନ୍ଦରଗଡ ବ୍ଲକ (୩୫%) ରହିଛି।