ବିଳମ୍ବରେ ଆସିବ ମୌସୁମୀ ! ଲଘୁଚାପର ରୂପ ନେଲା ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ଥିବା ଘୁଣ୍ଣିବଳୟ

31

କନକ ବ୍ୟୁରୋ: ଦୁଇ ଦିନ ବିଳମ୍ବରେ ଓଡ଼ିଶା ଆସିବ ମୌସୁମୀ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଜୁନ୍ ୧୦ମଧ୍ୟରେ ମୌସୁମୀ ଓଡ଼ିଶାରେ ପହଂଚିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା । ଉତ୍ତର-ପୂର୍ବ ଭାରତ ଏବଂ ଦକ୍ଷିଣ-ପୂର୍ବ ଭାରତର କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ବର୍ଷାର ପରିମାଣ ଖୁବ୍ କମ ରହୁଥିବାରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ବିଳମ୍ବ ହେଉଛି ।

ତେବେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହିଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ୧୧ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷ ଭାବରେ ଭତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –