ଆସନ୍ତା ୧୩ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ଝଡ଼ତୋଫାନ ଆଶଙ୍କ ! ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା

3

କନକ ବ୍ୟୁରୋ: ଓଡ଼ିଶା ଉପରୁ ଟଳିନି କାଳବୈଶାଖୀ ଆଶଙ୍କା। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ । ଦିନରେ ତାପମାତ୍ରା ବଢ଼ିବ। ଅପରାରେ ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ସହ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଉପକୂଳ ଓଡ଼ିଶା ସ୍ଥିତିରେ ସେଭଳି ପରିବର୍ତନ ହେବ ନାହିଁ । ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି ।

ଏପ୍ରିଲ ୧୫ରୁ ୧୭ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ । ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱାଭାବିକ ସ୍ଥିତି ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବାଧିକ ୨୯ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୮.୫, ଟିଟିଲାଗଡ଼ରେ ୫, ପାରାଦୀପରେ ୪.୮, ଦାରିଙ୍ଗବାଡ଼ିରେ ୪, ଚାନ୍ଦବାଲିରେ ୩.୧, ହୀରାକୁଦରେ ୨ ମି.ମି. ବର୍ଷା ହୋଇଛି । ଅନ୍ୟ କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.