ସାରା ଓଡିଶାରେ ନିଆଁ ବର୍ଷା ! ୧୩ଟି ସହରରେ ପାରଦ ୪୦ ଉପରେ

47

କନକ ବ୍ୟୁରୋ: ସାରା ରାଜ୍ୟର ନିଆଁ ବର୍ଷା । ଜଳୁଛି ପଶ୍ଟିମ ଓ ଆଭ୍ୟନ୍ତରୀଣ ଓଡିଶା । ଟିଟିଲାଗଡ ଓ ବଲାଙ୍ଗୀର ପାଲଟିଛି ରାଜ୍ୟର ସବୁଠାରୁ ଉତପ୍ତ ସହର । ପାରଦ ୪୬ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି । ପଶ୍ଟିମ ଓ ଆଭ୍ୟନ୍ତରୀଣ ଓଡିଶାର ୧୩ଟି ସହରରେ ପାରଦ ୪୦ ଟପିଛି । ସେଥିରୁ ୯ଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ଏଭଳି ତାତି ଆହୁରି ଦିନେ ଦୁଇଦିନ ଧରି ଲାଗିରହିବ ।

ଉପକୂଳରେ ବି ଅସହ୍ୟ ତାତି । ଗରମକୁ ବଳି ଯାଇଛି ଗୁଳୁଗୁଳି । ତେବେ ଆସନ୍ତା ୨୪ ଘଂଟା ମଧ୍ୟରେ କାଳବୈଶାଖୀ ଉପକୂଳବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ସାରା ରାଜ୍ୟରେ ବର୍ଷା ହେବ । ତେବେ ଏହା ପ୍ରାକ୍ ମୌସୁମୀ ନା ଲଘୁଚାପ ଜନିତ ତାହା ସ୍ପଷ୍ଟ ହୋଇପାରିନି ।