ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୧୬ ଯାଏଁ ପ୍ରବଳ ବର୍ଷିବ ।

486

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର କଟକ ଓ କେନ୍ଦ୍ରାପଡ଼ା। ଏହି ସମୟରେ ରାଜଧାନୀ ଭୁବନେଶ୍ୱର ପାଗ କାଉଁଳିଆ ରହିବା ସହ ତାପମାତ୍ର ୨୭ ଡିଗ୍ରି ସେଲସିୟସରୁ ୩୫ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିବ ବୋଲି ସୂଚନା ରହିଛି।

ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ଳାଗି ରହିବ ବୋଲି ସୂଚନା ରହିଛି। ଆଜି ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର କଟକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଳାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଆସନ୍ତାକାଲି ବଲାଙ୍ଗୀର, ନୂଆପଡ଼ା, କାଳହାଣ୍ଡି, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା ଆଦି ଜିଳ୍ଲାରେ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ରହିବ ବୋଲି ପୂର୍ବାନୁମାନ ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାକୁ ଥିବା ଜିଳ୍ଲାଗୁଡ଼ିକରେ କୃଷକମାନଙ୍କୁ ସେ ସମୟରେ ବିଲକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯାଇ ମତ୍ସ୍ୟ ଧରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ମନା କରାଯାଇଛି ।