ଆସନ୍ତାକାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଲଘୁଚାପର ରୂପ ନେଉଛି ଘୂର୍ଣ୍ଣିବଳୟ ।
କନକ ବ୍ୟୁରୋ: ଆସନ୍ତା କାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ । ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଆସନ୍ତା କାଲିଠାରୁ ୩୦ ତାରିଖ ଯାଏଁ ବର୍ଷାର ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଆଦି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି। ତେଣୁ ଏହି ବର୍ଷା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଯିବାକୁ ବାରଣ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପାଣିପାଗ ବିଭାଗ ସୂଚନା ମୁତାବକ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ୨୮ରୁ ୩୦ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୧୯୯୯ ମହାବାତ୍ୟା ପରଠାରୁ ଅକ୍ଟୋବର ଶେଷ ସପ୍ତାହରେ ବଡ଼ ଧରଣର ବାତ୍ୟା ହେବା ନେଇ ଜନସାଧାରଣଙ୍କ ମଧ୍ୟରେ ଆଶଙ୍କା ରହୁଛି । କିନ୍ତୁ ପାଣିପାଗର କୌଣସି ମଡେଲରୁ ବାତ୍ୟା ହେବାର ସୂଚନା ମିଳୁନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି ।