ଘନୀଭୂତ ହେଉଛି ଲଘୁଚାପ ! ଆଜି ନେଇପାରେ ଅବପାତର ରୂପ

52

କନକ ବ୍ୟୁରୋ : କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଲଘୁଚାପ । ଆଜି ଏହା ଅବପାତର ରୂପ ନେଇପାରେ । ଏହାର ଆଗକୁ ଆହୁରୀ ଘନୀଭୂତ ହେବ । ଲଘୁଚାପ ପ୍ରଭାବରେ ଆଜି ରାତିରୁ ବର୍ଷା ହେବା ଆଶଙ୍କା କରାଯାଉଛି । ୧୯ ତାରିଖ ଅର୍ଥାତ ଓ ୨୦ ତାରିଖରେ ବର୍ଷା ହେବା ସମ୍ଭାବନା ରହିଛି । ୨୧ରୁ ବର୍ଷାର କମିବ । ତେବେ ୨୩ ତାରିଖ ପୂର୍ବରୁ ବର୍ଷା ଛାଡିବାର ସମ୍ଭାବନା ନାହିଁ । ଅର୍ଥାତ ବର୍ଷା ଦୀପାବଳୀ ଓ କାଳିପୂଜାକୁ ବିଗାଡିବା ଆଶଙ୍କା ରହିଛି । ଦକ୍ଷିଣ ଓଡିଶା ସହ ଉପକୂଳ , ଉତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଧୀବରମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।