ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ! ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ

32

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ଉପରେ ଟ୍ରାପ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ତାହା ପ୍ରଭାବରେ ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ସୋନପୁରରେ ସର୍ବାଧିକ ୫.୬ ମି.ମି. ବର୍ଷା ରେକର୍ଡ କରାଯାଇଛି । ଏଥିସହ ଟିଟିଲାଗଡ଼ରେ ୩, ହୀରାୁକଦରେ ୧.୬, ଝାରସୁଗୁଡ଼ା ଓ ସମ୍ବଲପୁରରେ ଝିପିଝିପି ବର୍ଷା ହୋଇଛି । ମଙ୍ଗଳବାର ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ କୋହଲା ରହିବ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Low-Pressure-Rain

କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୩ ତାରିଖ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ପବନ ବୋହିବାର ବି ସମ୍ଭାବନା ରହିଛି । ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଅପରାହ୍ନରୁ ରାତି ମଧ୍ୟରେ ଝଡ଼ ବର୍ଷା ହେବାର ବହୁ ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜାଗତ୍‌ସିଂହପୁର, ପୁରୀ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, ପ୍ରଭୃତି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୫ ତାରିଖ ବେଳକୁ ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ ସ୍ୱାଭାବିକ ସ୍ଥିତିକୁ ଫେରିବ । କିନ୍ତୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ୧୬ ତାରିଖରୁ ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି ।

ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି । ଭୁବନେଶ୍ୱରରେ ୩୨.୪, ବାଲେଶ୍ୱର ଓ ଝାରସୁଗୁଡ଼ାରେ ୩୧.୫, କଟକରେ ୩୦.୬, ବାରିପଦା ଓ ହୀରାକୁଦରେ ୩୦.୬, ଢ଼େଙ୍କାନାଳରେ ୩୧ ଡିଗ୍ରି ରହିଥିଲା ।