ଆସନ୍ତା ୪ ଦିନ ଯାଏଁ କମିବ ଥଣ୍ଡା, ବଢିବ ତାପମାତ୍ରା! ଏହି ସବୁ ଜିଲ୍ଲାରେ ପଡିବ ପ୍ରବଳ କୁହୁଡି

736

କନକ ବ୍ୟୁରୋ: ଶନିବାରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ରାତିରେ ତାପମାତ୍ରା ବଢିବା ସହ ଥଣ୍ଡା ମଧ୍ୟ କମିଛି । ତେବେ ଆସନ୍ତା ୪ ଦିନ ଯାଏଁ ଏଭଳି ସ୍ଥିତି ଲାଗିରହିବ । ଏଥି ସହ ୩ ଜିଲ୍ଲାରେ ତଥା କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡି ଲାଗି ରହିବ । ସେହିଭଳି ଆଉ କେତେକ ସ୍ଥାନରେ ହାଲୁକା କୁହୁଡି ବି ହୋଇପାରେ । ତେବେ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ତେବେ ଗତ ୨୪ ଘଂଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡରେ ୯, ଦାରିଙ୍ଗିବାଡିରେ ୧୦, ସୁନ୍ଦରଗଡ ଓ ସୋନପୁରରେ ୧୧, ଅନୁଗୁଳରେ ୧୨.୬, ବଲାଙ୍ଗିର ଓ କୋରାପୁଟରେ ୧୩, ଭବାନୀପାଟଣାରେ ୧୩.୫ , ଝାରସୁଗୁଡାରେ ୧୩.୬, ସମ୍ବଲପୁରରେ ୧୩.୭, କେନ୍ଦୁଝରରେ ୧୩.୮, ତାଳଚେରରେ ୧୪.୭ ଡିଗ୍ରି ରେକର୍ଡ କରାଯାଇଛି ।