ଅସମ୍ଭାଳ ହେଲାଣି ତାତି : ୪୦ ଡିଗ୍ରୀ ଉପରେ ୯ ସହର

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି

120
କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଡହ ଡହ ତାତିରେ ଅସ୍ତବ୍ୟସ୍ତ ଲୋକ । ତାତି ସାଙ୍ଗକୁ ଦାଉ ସାଜୁଛି ଗୁଳୁଗୁଳି । ପଶ୍ଚିମଠାରୁ ଆରମ୍ଭ କରି ଉପକୂଳ , ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ସବୁଠି ତାତି । ସେପେଟେ ଓଡିଶାର ତତଲାକଡେଇ କୁହାଯାଉଥିବା ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ତାପମାତ୍ରା ବଢିବାରେ ଲାଗିଛି । ୪୧ ଡିଗ୍ରୀ ଉପରେ ପହଞ୍ଚିଛି ତାପମାତ୍ରା । କେବଳ ବଲାଙ୍ଗୀର ନୁହେଁ ତାଳଚେରରେ ମଧ୍ୟ ଅସହ୍ୟ ହେଲାଣି ତାତି । ତେବେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।
https://www.google.com

କେବଳ ପାରାଦ୍ୱୀପ, ଗୋପାଳପୁର ଓ ପୁରୀ ବ୍ୟତିତ ସାରା ରାଜ୍ୟରେ ସମାନ ସ୍ଥିତି ରହିଛି । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ତେବେ ନିଦ୍ଧିଷ୍ଟ କେଉଁ ଅଞ୍ଚଳରେ କାଳବୈଶାଖୀ ହେବ ତାହାର ସୂଚନା ବର୍ତମାନ ସମୟରେ ମିଳିନଥିଲେ ବି କାଳବୈଶାଖୀର ୨ ଘଣ୍ଟା ପୂର୍ବରୁ ସତର୍କ ସୂଚନା ଦିଆଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।