୨୨ ପର୍ଯ୍ୟନ୍ତ ଜଳିବ ପଶ୍ଚିମ ଓଡିଶା !

15

କନକ ବ୍ୟୁରୋ : ୨୨ ପର୍ଯ୍ୟନ୍ତ ଜଳିବ ପଶ୍ଚିମ ଓଡିଶା । ବଙ୍ଗୋପ ସାଗରରୁ ବହୁଥିବା ସାମୁଦ୍ରିକ ପବନର ବେଗ ଅଧିକ ରହୁଛି । ଫଳରେ ଉପକୂଳ ଜଳବାୟୁରେ ଜଳୀୟ ବାଷ୍ପ ରହୁଥିବାରୁ ତାପମାତ୍ରା ନିୟନ୍ତ୍ରିତ ରହୁଛି । ଆଜି ଉପକୂଳର କିଛି ସ୍ଥାନରେ କାଳବୈଶାଖୀ ଜନିତ ଘଡଘଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ବର୍ଷା ସତ୍ୱେ କଟକ ଓ ଭୁବନେଶ୍ୱରରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।