ଧୀରେ ଧୀରେ ପରିବର୍ତ୍ତନ ହେବ ପାଗ ! ଆଗକୁ ଦିନର ତାପମାତ୍ରା ବଢ଼ିବ
କନକ ବ୍ୟୁରୋ : ମାର୍ଚ୍ଚ ୯ରୁ ପାଗ ଫିଟିବ। ଆଉ କାଳବୈଶାଖୀ ବର୍ଷା ହେବନି । ଦିନର ତାପମାତ୍ରା ବଢ଼ିବ । ରାତିରେ ସେହି ଅନୁଯାୟୀ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଉପରକୁ ଚାଲିଯିବ। ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ଟପିଯିବାର ବି ଆଶଙ୍କା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୭ ଓ ୮ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହଲକା ବର୍ଷା ହେବ । ଗୁରୁବାର ମଧ୍ୟାହ୍ନରେ ଖୋର୍ଧା ସମେତ ପୁରୀ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହଲକା ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । ଏହାପରଠାରୁ ପାଗରେ ଧୀରେ ଧୀରେ ପରିବର୍ତନ ହେବ। ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ।