ଆସୁଛି ବର୍ଷା : ୪୮ ଘଂଟାରେ ୧୮ଟି ରାଜ୍ୟରେ ପ୍ରବଳ ବର୍ଷିବ, ଜାଣନ୍ତୁ ଓଡିଶାର କେଉଁ କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

31

କନକ ବ୍ୟୁରୋ: ଆସୁଛି ପ୍ରବଳ ବର୍ଷା । ୪୮ ଘଂଟା ମଧ୍ୟରେ ପ୍ରବଳ ବର୍ଷିବ । ଓଡିଶା ସମେତ ଦେଶର ୧୮ଟି ରାଜ୍ୟରେ ଆଗାମୀ ୪୮ ଘଂଟା ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଓଡିଶାର ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ସେହିପରି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଗଜପତି, ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ କୋରାପୁଟ ଭଳି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ବର୍ଷା ସହିତ ପବନ, ବିଜୁଳି ଓ ଘଡଘଡି ମାରିବ । ତେଣୁ ଏହି ଅଂଚଳରେ ଲୋକଙ୍କୁ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ବିଭାଗ ଆହୁରି ଆକଳନ କରିଛି ଯେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ତାହାର ପ୍ରଭାବରେ ବର୍ଷା ବଢ଼ିପାରେ। ୫୦ରୁ ୭୫ଟି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। କିଛି ସ୍ଥାନରେ ୧୦ ସେମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ୫ ତାରିଖ ପାଇଁ ପାଣିପାଗ ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ପ୍ରତି ମୁହୂର୍ତ୍ତ ସଜାଗ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ୬ ତାରିଖ ପାଇଁ କିନ୍ତୁ ଆଲର୍ଟ ଜାରି ହୋଇଛି। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପ୍ରଭାବରେ ବନ୍ୟା ପରିସ୍ଥିତି ବି ସୃଷ୍ଟି ହେବାର ଆଶଙ୍କା ରହୁଛି। ଏଥିପାଇଁ ପ୍ରସ୍ତୁତ ରହିବାକୁ ବି କୁହାଯାଇଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିବ। ୬ ତାରିଖ ଅପରାହ୍ନ କିମ୍ବା ୭ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଯାହାକି ୩ରୁ ୪ ଦିନ ଧରି ଲାଗି ରହିପାରେ। ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି।