ମାଡ଼ି ଆସୁଛି ଝଡ଼ ! ଓଡ଼ିଶା ସମେତ ୧୩ଟି ସ୍ଥାନରେ ଝଡ଼ତୋଫାନ ଆଶଙ୍କା , କେନ୍ଦ୍ର ସରକାର ଜାରି କଲେ ସର୍ତକ ସୂଚନା

73

କନକ ବ୍ୟୁରୋ : ଓଡ଼ିଶା ସମେତ ୧୩ଟି ରାଜ୍ୟରେ ଝଡ଼ତୋଫାନ ଆଶଙ୍କା । ଏନେଇ ସତର୍କତା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆସନ୍ତା ୨ ଦିନ ମଧ୍ୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳରେ ଝଡ଼ତୋଫାନ ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି ଯେ, ୬ଟି ଉତର ପୂର୍ବ ରାଜ୍ୟ ଆସାମ,ମେଘାଳୟ,ନାଗାଲାଣ୍ଡ,ମଣିପୁର,ମିଜୋରାମ ଓ ତ୍ରିପୁରାର ଅନେକ ଅଂଚଳରେ ପ୍ରବଳବର୍ଷା ସମ୍ଭାବନା ରହିଛି । ସେହିଭଳି ଓଡ଼ିଶା,ପଶ୍ଚିମବଙ୍ଗ,ପଶ୍ଚିମ ଉତର ପ୍ରଦେଶ,ବିହାର,କର୍ଣ୍ଣାଟକ ଓ କେରଳରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଏହାସହ ଜମ୍ମୁ କାଶ୍ମୀର,ହିମାଚଳ ପ୍ରଦେଶ, ଉତରାଖଣ୍ଡ,ପଞ୍ଜାବରେ ମଧ୍ୟ କୁଆପଥର ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଚଣ୍ଡିଗଡ଼, ଦିଲ୍ଲୀ,ହରିୟାଣା ଓ ରାଜସ୍ଥାନରେ ମଧ୍ୟ ଘୂର୍ଣ୍ଣିଝଡ଼ ହେବ ବୋଲି ଆକଳନ କରାଯାଇଛି । ଗତ ସପ୍ତାହରେ ଉତର ପ୍ରଦେଶ ଓ ରାଜସ୍ଥାନରେ ଝଡ଼ତୋଫାନ ଆତଙ୍କ ଖେଳାଇ ଦେଇଥିଲା । ୫ଟି ରାଜ୍ୟରେ ଘୂର୍ଣ୍ଣିଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ସହ ୧୨୪ଜ ଜରଙ୍କ ମୃତ୍ୟୁ ଘଟିଥିଲା । ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଦୁଇଦିନ ପାଇଁ ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।