ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ, ଜାଣନ୍ତୁ କେଉଁସବୁ ଜିଲ୍ଲାକୁ ରହିଛି ବର୍ଷା ସହ ଘଡଘଡିର ବିପଦ

47

କନକ ବ୍ୟୁରୋ: ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସନ୍ଧ୍ୟା ୬ ଟା ୪୫ ମଧ୍ୟରେ ରାଜ୍ୟର ୧୧ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ଜାରି କରଛି ପାଣିପାଗ କାର୍ଯ୍ୟାଳୟ । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଘଡଘଡି ଓ ବର୍ଷା ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, କେଉଁଝର, ମୟୁରଭଞ୍ଜ, ନୟାଗଡ, ରାୟଗଡା, ଅନୁଗୁଳ, ଖୋର୍ଦ୍ଧା, ବଲାଙ୍ଗୀର, ଭୁବନେଶ୍ୱର, କନ୍ଧମାଳ ଓ କଳାହାଣ୍ଡି ଭଳି ୧୧ ଟି ଜିଲ୍ଲାକୁ ଆଗୁଆ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅନ୍ୟପଟେ ଆସନ୍ତା ୧୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁଥିବାବେଳେ ଏହା ପ୍ରଭାବରେ ୧୨ ତାରିଖଠାରୁ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ୧୧ ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ।