୨୬ରୁ ପୁଣି ବର୍ଷିବ । ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ, ସାରା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

21

ପୁଣି ଆସୁଛି ବର୍ଷା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୫ ତାରିଖ ଅପରାହ୍ନ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତୀ ସମୟରେ ଏହା ଲଘୁଚାପରେ ପରିଣତ ହେବ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ୨୬ରୁ ୨୯ ତାରିଖ ଯାଏ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ପଶ୍ଚିମ ଓ ଉତ୍ତର ଭାରତ ଉପରେ ୫ରୁ ଅଧିକ ଘୂର୍ଣ୍ଣିବଳୟ ରହିଥିବା ନେଇ ପୂର୍ବରୁ ସତର୍କ କରାଇଥିଲା ଭାରତୀୟ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପରେ ଏବେ ଏହାର ପ୍ରଭାବ ପଡ଼ିବନି। କିନ୍ତୁ ୨୬ ତାରିଖ ଅପରାହ୍ନ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୬ରୁ ୨୯ ତାରିଖ ଯାଏ ବର୍ଷା ଲାଗିରହିବ। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଭୁବନେଶ୍ୱରରେ ସର୍ବାଧିକ ୫.୧ ମିମି ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।