ପ୍ରବଳ ବର୍ଷିବ । ଆଜିଠୁ ୩ ଦିନ ଧରି ସାରା ରାଜ୍ୟରେ ବର୍ଷା, ସେପଟେ ସନ୍ଧ୍ୟା ସୁଦ୍ଧା ୧୦ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା

19

କନକ ବ୍ୟୁରୋ: ଉତ୍ତର ପଶ୍ଟିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣବଳୟ ଲଘୁଚାପର ରୂପ ନେଇଛି । ଆଜିଠାରୁ ତିନି ଦିନ ପର୍ୟ୍ୟନ୍ତ ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର ଆକଳନ କରାଯାଇଛି ।ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ଆଜି ପବନର ବେଗ ଅଧିକ ରହିବାର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତାକାଲି ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ପୁରୀ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାସହ ୧୦ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକରେ ଅଛି- କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ୱର , ଭଦ୍ରକ, ମୟୁରଭଞ୍ଜ, ଦେଓଗଡ ଓ ମାଲକାନଗିରି ଭଳି ଜିଲ୍ଲାକୁ ସନ୍ଧ୍ୟା ୬.୩୦ ମିନିଟ୍ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ।