ଦୁଇ ଦିନ ପାଇଁ ବଦଳିପାରେ ପାଣିପାଗ ଚିତ୍ର : ଉପକୂଳରେ ବଢିବ, ପଶ୍ଚିମରେ କମିବ ତାତି

23

କନକ ବ୍ୟୁରୋ : ଦୁଇ ଦିନ ପାଇଁ ବଦଳିପାରେ ପାଣିପାଗ ଚିତ୍ର । ଉପକୂଳରେ ଅଧିକାଂଶ ସ୍ଥାନରେ ତାତି ଜାରି ରହିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ କମିବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ପୁଣି ୪୮ ଘଂଟା ପରେ ଉପକୂଳରେ ତାତି କମିବ ଏବଂ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ଫେରିବାର ସମ୍ଭାବନା ରହିଛି ।

୨୩ ତାରିଖ ଯାଏଁ ଏଭଳି ପରିସ୍ଥିତି ରହିବ । ୨୭ ତାରିଖ ବେଳକୁ ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ସମୁଦ୍ରସୀମାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଧିକ ।