କିକି ଗଲା ୱେଲଥ୍ ଆସିଲା ! କିକି ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଆଉ ଏକ ଚ୍ୟାଲେଞ୍ଜ,ନିଜ ଦାମୀ ଜିନିଷକୁ ସଡକରେ ଫୋପାଡିଲେ ଲୋକେ ।

35

ଚୀନରେ ସୋସିଆଲ ମିଡିଆରେ କିଛି ଅଜବ ଏବଂ ନିଆରା ଟ୍ରେଂଡ ଦେଖିବାକୁ ମିଳିଛି । ୟୂଜର୍ସ ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯେଉଁଥିରେ ସେମାନେ ଅଧା ମୁହଁରେ ତଳେ ପଡିଥିବାର ଦେଖିବାକୁ ମିଳିଛନ୍ତି ଏବଂ ତାଙ୍କ ସାମ୍ନାରେ ଦାମୀ ଜିନିଷ ଖେଳାଇ ହୋଇ ପଡିଛି । ଏଥିରେ ମୋବାଇଲ ଫୋନ, କ୍ୟାମେରା, କପଡା, ବାଇକକୁ ନେଇ ଟଙ୍କା ପର‌୍ୟ୍ୟନ୍ତ । ଏହାକୁ ଚୀନ ସୋସିଆଲ ମିଡିଆ ପ୍ଲାଟଫର୍ମ ବାଇବୋରେ ‘ଫ୍ଲଂଟ ୟୋର ହେଲଥ ଚ୍ୟାଲେଂଜ’ ନାଁ ଦିଆଯାଇଛି । ଦୁଇ ସପ୍ତାହ ହେବ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଦୁଇ ସପ୍ତାହ ମଧ୍ୟରେ ଲକ୍ଷ ଲକ୍ଷ ପୋଷ୍ଟ ଶେୟାର ହୋଇଛି ।

ଏହିଭଳି ଏକ ଭିଡିଓ ଟିକଟକରେ ଶେୟାର କରାଯାଇଛି ଯାହାକୁ ୫୦ହଜାର ଭ୍ୟୁ ମିଳିଛି । ସେହିଭଳି ରାସ୍ତାଘାଟରେ ଏଭଳି ଫଟୋ ଶେୟାର ହେବା ଘଟଣାକୁ ଆଖିରେ ରଖି ଚୀନ ପୁଲିସ ରାସ୍ତାଘାଟ ନିୟମ ଉଲଂଘନ କରିଥିବା ହେତୁ ଜୋରିମାନା ଲଗାଇଛନ୍ତି । ଏହି ଟ୍ରେଣ୍ଡ ଜୁଲାଇରେ ରୁସର ଏକ ଡିଜେ ପୋଷ୍ଟରୁ ଆରମ୍ଭ ହୋଇଥିଲା । ଫଟୋରେ ଡିଜେ ନିଜ ପ୍ରାଇଭେଟ ଜେଟରୁ ପଡିଯିବାର ନାଟକ କରୁଥିଲେ । ସେହିଠାରୁ ହିଁ ଏହି ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।