ସଂସଦରେ ଶୂନ୍ୟ କାଳରେ ବିଭିନ୍ନ ପ୍ରସଙ୍ଗରେ ଚାଲିଛି ଆଲୋଚନା : ଯାଜପୁର ଜାରକାରେ ଓଭରବ୍ରିଜ ନର୍ମାଣ କରିବା ପାଇଁ ଦାବି ଜଣାଇଲେ ସାଂସଦ ରୀତା ତରାଇ

46

କନକ ବ୍ୟୁରୋ : ସଂସଦରେ ମୈାସୁମୀ ଅଧିବେଶନ ଚାଲିଛି । ତେବେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଦୀମାନେ ଘେରିବାରେ ଲାଗିଛନ୍ତି । ତେଣୁ ବିରୋଧୀଙ୍କୁ ଶାସକ ଦଳର ନେତାମାନେ ଉଚିତ ଜବାବ ମଧ୍ୟ ଦେଉଛନ୍ତି । ଯାହାକୁ ନେଇ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରିନାହିଁ । ଏପରିକି ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅନେକ ସମୟ ପର୍ଯ୍ୟନ୍ତ ମୁଲତବୀ ରଖିବାର ଦେଖାଯାଇଛି । ତେଣୁ ଅନେକ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ସାସଂଦମାନେ ନିଜ ଅଞ୍ଚଳର ବିକାଶ କରିବା ଲାଗି ଗୃହରେ ସଠିକ ଭାବରେ ଦାବି କରିପାରୁନଥିବା ଅଭିଯୋଗ ହେଉଛି । ତେବେ ଆଜି ଗୃହରେ ଶୂନ୍ୟକାଳ ସମୟରେ ଯାଜପୁରର ସାଂସଦ ରୀତା ତରାଇ ପ୍ରଥମ ଥର  ସରକାରଙ୍କ ପାଖରେ କିଛି ଦାବି ଉପସ୍ଥାପନ କରିଛନ୍ତି ।

 

ରୀତା କହିଛନ୍ତି ଯେ, ଯାଜପୁର ନିର୍ବାଚନ ମଣ୍ଡଳୀର ବଡଚଣା ନିକଟ ଜାରକା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ଉପରେ ଏକ ଓଭରବ୍ରିଜ ନିର୍ମାଣ କରିବା ଆବଶ୍ୟକତା ରହିଛି । କାରଣ ପ୍ରତ୍ୟେକ ସମୟରେ ଏହି ସ୍ଥାନରେ ଲୋକମାନେ ରାସ୍ତାପାର ହେବା ସମୟରେ ଦୁର୍ଘଟଣା ହେଉଛି । ତେଣୁ ଲୋକମାନେ ଅକାରଣରେ ନିଜର ପ୍ରାଣତ୍ୟାଗ କରୁଛନ୍ତି । ଏହାସହ ଏହି ରାସ୍ତାରେ ସବୁବେଳେ ଗାଡିମଟର ଭିଡ ରହୁଛି । ତେଣୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ଲୋକମାନେ ମଧ୍ୟ ରାସ୍ତାପାର ହେବା କଷ୍ଟ ହେଉଛି । ଏହାସହ ରୀତା କହିଛନ୍ତି ଯେ, ବହୁ ଆଗରୁ ଲୋକମାନେ ଏଠାରେ ଏକ ବସଷ୍ଟାଣ୍ଡ ସହ ଏକ ଓଭର ବ୍ରିଜର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ର ରାଜପଥ ପ୍ରାଧିକରଣ ବିଭାଗ ଏନେଇ ଏକ ସର୍ଭେ କରିବା ସହ ଜାରକା ଅଞ୍ଚଳରେ ବ୍ରିଜ ନିର୍ମାଣ କରିବାର ଆବଶ୍ୟକତା ରହିଛିବା ନେଇ ରୀତା କହିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ରୀତଙ୍କୁ ଅନେକ ବିଜେଡି ନେତା ସମର୍ଥନ କରିଛନ୍ତି ।