ଧର୍ମଶାଳା ଭିଏଲଡବ୍ଲୁଙ୍କ ମୃତ୍ୟୁ ଘଟଣାରେ ବିଜେପି ଆଣିଲା ସଂଗୀନ ଅଭିଯୋଗ। ଇନ୍ଦିରା ଆବାସ ଦୁର୍ନୀତି ସଂପର୍କରେ ଜାଣିଥିବାରୁ ସ୍ମିତାରାଣୀଙ୍କୁ କରାଯାଇଥାଇପାରେ ହତ୍ୟା

515

କନକ ବ୍ୟୁରୋ: ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିଜେପିର ପ୍ରେସମିଟ । ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ବେଶ ରହସ୍ୟଜନକ । ସ୍ମିତାଙ୍କ ମୃତ୍ୟୁକୁ ନେଇ ତାଙ୍କ ସ୍ୱାମୀଙ୍କୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି । ସ୍କୁଟିରେ ଓଢଣୀ ଲାଗି ମୃତ୍ୟୁ ହୋଇଥିବା ତାଙ୍କ ବାପାଙ୍କୁ କୁହାଯାଇଛି । ଇନ୍ଦିରା ଆବାସ ଦୁର୍ନତି ସଂପର୍କରେ ସ୍ମିତା ଅବଗତ ଥାଇପାରନ୍ତି । ସେଥିପାଇଁ ସ୍ମିତାରାଣରଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ବିଜେପି ଅଭିଯୋଗ କରିଛି ।

ସେପଟେ, ଧର୍ମଶାଳାରେ ମହିଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ହଟିନି । ପୋଲିସ ଷଡଯନ୍ତ୍ରର ନକ୍ସା ଖୋଜୁଛି । ସ୍ମିତାରାଣୀଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଇନ୍ଦିରା ଆବାସ ଦୁର୍ନୀତି ନେଇ କିଛି ଖବର ସେ ଜାଣିଥିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ । ଯାହାକୁ ନେଇ ବର୍ତ୍ତମାନ ଇ ରାଜନୀତି ଆରମ୍ଭ ହୋଇଛି । ତେବେ ଧର୍ମଶାଳାର ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ହେଲା କେମିତି ? ତାଙ୍କ ବାପାଙ୍କ ସିଧା ସିଧା ଅଭିଯୋଗ ହେଲା, ଝିଅକୁ ହତ୍ୟା କରାଯାଇଛି । ଇନ୍ଦିରାଆବାସ ଦୁର୍ନୀତିର କଥା ସ୍ମିତା ଜାଣିଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି ବୋଲି ବେଶ ଦୃଢତାର ସହ  ସ୍ମିତାରାଣୀଙ୍କ ପରିବାର ଲୋକେ କହିଥିବା ବେଳେ ସ୍ମିତାରାଣୀ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି କହୁଛନ୍ତି ତାଙ୍କ ସ୍ୱାମୀ ।  ତେବେ ଏହାକୁ ନେଇ ଜୋର ଧରିଛି ରାଜନୀତି । ବିଜେପି ପ୍ରତିନିଧି ଦଳ ସ୍ମିତାରାଣୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହୁଛି ବିଜେପି । ସେପଟେ କଂଗ୍ରେସର ଚେତାବନୀ, ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।

 

୧୬ ତାରିଖ ଦିନ ସ୍ମିତାରାଣି ହରିଦାସପୁରର କେତେକ ପଂଚାୟତରେ ଭତା ବାଂଟି ସାରିବା ପରେ ହରିଦାସପୁର ପଂଚାୟତ ସରପଂଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସ ଯାଇଥିଲେ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ । କିନ୍ତୁ ତା ପରେ ତାଙ୍କର ପତା ମିଳିନଥିଲା । ଗେଷ୍ଟହାଉସର ୟୁରିନାଲ ଭିତରୁ ଓଢଣୀରେ ଝୁଲିଥିବା ଅବସ୍ଥାରେ ମିଳିଥିଲା ଭିଏଲଡବ୍ଲୁ ସ୍ମିତାରାଣିଙ୍କ ମୃତଦେହ ।