ନିଶାସକ୍ତ ମହିଳା ବିମାନରେ ଯାତ୍ରୀମାନଙ୍କୁ କହିଲେ ‘ଆମ ସମସ୍ତଙ୍କର ଚାଲିଯିବ ପ୍ରାଣ’ । ଆଉ ତା ପରେ ହେଲା କଣ?

ନିଶାଶକ୍ତ ମହିଳାଙ୍କ ଉନ୍ମତକାଣ୍ଡ

167

କନକ ବ୍ୟୁରୋ : ବିମାନ ଭିତରେ ନିଶାସକ୍ତ ଆଚରଣ କରି ଯାତ୍ରୀମାନଙ୍କୁ ଛାନିଆ କରି ପକାଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଇଂଲଣ୍ଡରେ ଛଅ ମାସ ଲାଗି ଜେଲ ଦଣ୍ଡାଦେଶ ହୋଇଛି। ପ୍ରୋଜେକ୍ୟୁଟର୍ଙ୍କ କହିବା ଅନୁସାରେ, ଏ ବର୍ଷ ଜାନୁଆରି ମାସରେ ସ୍ପେନର ଟେନିରାଇଫରୁ ଇଂଲଣ୍ଡକୁ ଏକ ଜେଟ୍-ଟୁ ବିମାନରେ ଚାରି ଘଣ୍ଟିଆ ଯାତ୍ରା ପାଇଁ ବିମାନ ଆରୋହଣ ପୂର୍ବରୁ ୪୧ ବର୍ଷୀୟ କିରଣ ଜଗଦେବ ନାମ୍ନା ସେ ମହିଳା ଛଅରୁ ଆଠଟି ବିୟର୍ ବା ଯବସୁରା ପିଇଥିଲେ। ତା’ପରେ ସେ ବିମାନ ମଧ୍ୟରେ ପରିଚାରିକାମାନେ ତାଙ୍କୁ ଆଉ ମଦ ଦେବାକୁ ମନା କରିବାରୁ ସେ ନିଜ ହ୍ୟାଣ୍ଡ୍ ବ୍ୟାଗରେ ରଖିଥିବା ଓ୍ଵାଇନରୁ ୪ ରୁ ୫ ଗ୍ଲାସ୍ ପିଇଥିଲେ।

 

ତା’ ପରେ ଜଗଦେବ ଚିତ୍କାର କରିବା, ଅଭିଶାପ ଦେବା, କାନ୍ଦିବା ଏବଂ ତାଙ୍କ ସାମ୍ନା ସିଟକୁ ଗୋଇଠା ମାରିବା ଆଦି କରି ସେଥିରେ ବସିଥିବା ଲୋକମାନଙ୍କୁ ଛାନିଆ କରି ପକାଇଥିଲେ।ସିଟକୁ ଗୋଇଠା ମାରୁଥିବାରୁ ତାଙ୍କୁ ସେଠାରୁ ଉଠାଇ ଦେବା ପରେ ଡିୟୁଟିରେ ନ ଥିବା ଜଣେ ମହିଳା ପୁଲିସ ଅଧିକାରୀ କ୍ୟାବିନ୍ କରୁଙ୍କୁ ସହାୟତା କରିବାକୁ ତାଙ୍କ ପାର୍ଶ୍ୱରେ ଥିବା ଅନ୍ୟ ଏକ ସିଟରେ ଜଗଦେବଙ୍କୁ ବସିବାକୁ କହିଥିଲେ, କିନ୍ତୁ ଜଗଦେବ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ। ଜଗଦେବ ଚିତ୍କାର କରି ୧୦ ମିନିଟ୍ ଯାଏଁ କହିଥିଲେ: ଆମେ ସଭିଏଁ ମରିବାକୁ ଯାଉଛନ୍ତି। ତେବେ ଏପରି ଭାବରେ ଲୋକମାନଙ୍କୁ ମିଛରେ ଭୟବୀତ କରିଥିବାରୁ ଅବତରଣ ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।