‘ଲୋକସଭା ନିର୍ବାଚନ ପରେ ସୁଧୁରିଯିବ ଭାରତ-ପାକିସ୍ତାନ ସମ୍ପର୍କ’ ! କାହିଁକି ଏମିତି କହିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ?

437

କନକ ବ୍ୟୁରୋ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକ୍ ପ୍ରଧାନମନ୍ତ୍ରୀ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେବା ପରେ ଜାତୀୟସ୍ତରରେ ଜୋର ଧରିଛି ଆଲୋଚନା । ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବଳ ଗୋଟେ ସମସ୍ୟା ରହିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତାର ଅଭାବ ଥିବାରୁ ଆଜି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ତିକ୍ତ ହୋଇଛି । କିନ୍ତୁ ଲୋକସଭା ନିର୍ବାଚନ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧୁରିଯିବ ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ଶାନ୍ତି ଏବଂ ସ୍ଥିରତା ସ୍ଥାପନ ନ ହେବା ପର୍ଯ୍ୟନ୍ତ ପାକିସ୍ତାନରେ ଆର୍ଥିକ ସଂପୁର୍ଣ୍ଣତା ସମ୍ଭବ ନୁହେଁ ବୋଲି ଚାଇନା ଇଣ୍ଟରନ୍ୟାସ୍‌ନାଲ କଲ୍‌ଚରାଲ କମ୍ୟୁନିକେସନ ସେଣ୍ଟରକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ।

ଏହା ସହ ପାକିସ୍ତାନ ଏହା ଆଶା କରୁଛି କି ଆଫ୍‌ଗାନିସ୍ଥାନରେ ଖୁବ୍‌ ଶୀଘ୍ର ରାଜନୈତିକ ସମାଧାନ ହେବ । ଏବଂ ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିବା ଆଫ୍‌ଗାନିସ୍ଥାନ ନିଶ୍ଚୟ ସ୍ଥିରତା ହାସଲ କରିବ । ଯାହା ବି ଆଫ୍‌ଗାନିସ୍ଥାନରେ ଘଟୁଛି, ତାହା ପାକିସ୍ତାନର ସୀମାକୁ ପ୍ରଭାବିତ କରୁଛି । ସେଥିପାଇଁ ଆମେ ଶାନ୍ତି ସ୍ଥାପନ ଚେଷ୍ଟାରେ ରହିଛୁ । ଇରାନ ସହ ଆମର ସଂପର୍କ ବହୁତ ଭଲ । ଆମେ ଏହାକୁ ଆହୁରି ସୁଦୃଢ଼ କରିବାକୁ ଚେଷ୍ଟା ଜାରି ରଖିଛୁ । ବର୍ତ୍ତମାନ ଭାରତ ସହିତ ଆମର ସଂପର୍କ ଖରାପ ହୋଇ ସାରିଛି । କିନ୍ତୁ ତାହା ଲୋକସଭା ନିର୍ବାଚନ ପରେ ସୁଧୁରିଯିବ ବୋଲି କହିଛନ୍ତି ଇମ୍ରାନ ଖାନ୍‌ ।