ବଦଳିଲା +୨ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତି । ଗଣଶିକ୍ଷାମନ୍ତ୍ରୀ କହିଲେ, ପିଲାମାନେ ପ୍ରସ୍ତୁତ ହୋଇନଥିବାରୁ କରାଯିବ ପୁର୍ନବିଚାର; ଆସନ୍ତାବର୍ଷରୁ ହେବ ଲାଗୁ

ଆଜି ରମାଦେବୀ ଛାତ୍ରୀ କରିଥିଲେ ପ୍ରତିବାଦ

822

କନକ ବ୍ୟୁରୋ: ବଦଳିଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତି । ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଲେ, ପିଲା ମାନେ ପ୍ରସ୍ତୁତ ହୋଇନଥିବାରୁ ଏହି ନିଷ୍ପତିରେ କରାଯିବ ପୁର୍ନବିଚାର । ଆସନ୍ତାବର୍ଷରୁ ହେବ ଲାଗୁ । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତି ପରେ ଏହାକୁୁ ନେଇ ଛାତ୍ରଛାତ୍ରୀ ବିରୋଧ କରିଥିଲେ । ଆଜି ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ବିଭିନ୍ନ କଲେଜର ରମାଦେବୀ ବିଶ୍ୱିବିଦ୍ୟାଳୟ +୨ ପ୍ରଥମ ବର୍ଷର ଛାତ୍ରୀ । ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତିକୁ ବାତିଲ କରିବାକୁ ଦାବି କରିଥିଲେ । ଆନ୍ଦୋଳନ ରତ ଛାତ୍ରୀମାନେ କହିଥିଲେ ଯଦି ସରକାର ଏଭଳି ନିଷ୍ପତି ନେବାର ଥିଲା ତେବେ ପରୀକ୍ଷାର ମାସେ ପୂର୍ବରୁ କାହିଁକି ନେଲେ । ୬ ମାସ ଆଗରୁ ଏଭଳି ନିଷ୍ପତି ନେଇଥିଲେ କିଛି ଅସୁବିଧା ନଥିଲା ।

ଫେବୃଆରୀ ମାସରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ୍ ଜାନୁଆରୀରୁ ଏମିତି ଘୋଷଣା କରିବା ଠିକ୍ ନୁହେଁ । ଯଦି ଏହି ନିଷ୍ପତିକୁ ସରକାର ଲାଗୁ କରିବାକୁ ଚାହୁଁଛନ୍ତି ତେବେ ସରକାର ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା କରନ୍ତୁ । ଏପର୍ଯ୍ୟନ୍ତ ପ୍ରଥମ ବର୍ଷର ପାଠପଢ଼ା ଶେଷ ହୋଇ ନାହିଁ । ଚଳିତ ବର୍ଷଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏଥିପାଇଁ ପିଲାମାନଙ୍କୁ ଦୁଇଟି ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।