ସବୁ ସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ , ସେନା ପାଖରେ ଅଭାବ ନାହିଁ ଅସ୍ତ୍ରଶସ୍ତ୍ର : ଅରୁଣ ଜେଟଲୀ

39

କନକ ବ୍ୟୁରୋ : ବଢିଲା ଚୀନର ଚିନ୍ତା । ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି ସାରା ଦେଶକୁ ଆଶ୍ୱସନା ଦେଇ କହିଛନ୍ତି ସବୁ ସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ । ଦେଶର ସେନା ପାଖରେ ଅସ୍ତ୍ରଶସ୍ତ୍ରର କୌଣସି ଅଭାବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ ଅରୁଣ ଜେଟଲି । ତା ଭିତରେ ଭୁଟାନର ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

ଅନ୍ୟପଟେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ସମ୍ଭାବନା ବଢିଯାଇଥିବା ଚୀନ ବିଶେଷଜ୍ଞ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବୟାନ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସମ୍ଭାବନାକୁ ବଢାଇ ଦେଇଛି ବୋଲି ଚୀନ ବିଶେଷଜ୍ଞ କହୁଥିବା ନେଇ ରିପୋର୍ଟ ପ୍ରକାଶ କରିଛି ଚୀନ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ । ଭାରତ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ମନ୍ତବ୍ୟ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ସମ୍ଭାବନାକୁ ବଢାଇ ଦେଇଛି ବୋଲି ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ଟାଇମ୍ସ ।

ଯେକୌଣସି ପରିସ୍ଥିିତିର ସମ୍ମୁଖିନ ହେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ । ୧୯୬୨ଯୁଦ୍ଧ ଭାରତକୁ ବହୁ ଶିକ୍ଷା ଦେଇଛି । ଫଳରେ ଭାରତ ନିଜ ସେନାକୁ ଯେକୌଣସି ଧମକର ମୁକାବିଲା କରିବାକୁ ଶକ୍ତିଶାଳୀ କରିଛି ବୋଲି କହିଥିଲେ ଜେଟଲୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ବୟାନରୁ ଜଣାପଡୁଛି ଯେ, ଚୀନକୁ ସଂଘର୍ଷ ପାଇଁ ଉସକାଉଛି ଭାରତ । ଏହାସହ ଏହା ସଂଘର୍ଷର ସମ୍ଭାବନାକୁ ବଢାଇ ଦେଉଥିବା ଚୀନ ବିଶେଷଜ୍ଞ କହିଛନ୍ତି । ଏହାସହ ଭାରତ ଉପରେ ଚାପ ପକାଇବା ଚୀନ ବଜାୟ ରଖୁ ବୋଲି ବିଶେଷଜ୍ଞ କହିଛନ୍ତି ।

ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ, ୧୯୬୨ ଯୁଦ୍ଧ ବେଳେ ଭାରତୀୟ ସେନା ସଙ୍ଗଠିତ ନଥିଲା । ଆବଶ୍ୟକ ଅସ୍ତ୍ରଶସ୍ତ୍ର ନଥିଲା ଓ ସଂଖ୍ୟାବଳର ଅଭାବ ଥିଲା । ଏହାସହ ଏହି ଯୁଦ୍ଧ ଭାରତକୁ ସଶକ୍ତ ହେବାକୁ ଶିକ୍ଷା ଦେଇଥିଲା । ଫଳରେ ୧୯୬୫ ଓ ୧୯୭୧ରେ ଭାରତ ସେନାଶକ୍ତିର ଉପଯୁକ୍ତ ପରିଚୟ ଦେଇଛି ବୋଲି ରାଜ୍ୟସଭାରେ କହିଥିଲେ ଅରୁଣ ଜେଟଲୀ ।