କୁନ୍ଦୁଲି ପୀଡିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିସନ: ରେକର୍ଡ ହେବ ବୟାନ, ନାବାଳିକାଙ୍କୁ ଭେଟିବେ ଜାତୀୟ ମାନବାଧିକାର କମିଶନ ସଭ୍ୟ

13

କନକ ବ୍ୟୁରୋ: କୋରାପୁଟ କୁନ୍ଦୁଲି ପୀଡିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କମିସନ । କୋରାପୁଟ ମେଡିକାଲରେ ପୀଡିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରିବୁଝିଛନ୍ତି ରାଜ୍ୟ ମହିଳା କମିସନର ୪ଜଣିଆ ଟିମ । ପୀଡିତାଙ୍କର ବୟାନ ରେକର୍ଡ କରାଯାଇଛି । ସେପଟେ ଆଜି ପୀଡିତାଙ୍କୁ ଭେଟିଛନ୍ତି ଜାତୀୟ ମାନବାଧିକାର କମିଶନର ସଭ୍ୟ । କୋରାପୁଟରେ ପହଂଚି ଜାତୀୟ ମାନବାଧିକାର କମିଶନର ସଭ୍ୟ ପୀଡିତାଙ୍କୁ ଭେଟିଛନ୍ତି ।

ଏହାସହ ଜେଏନୟୁର କିଛି ଛାତ୍ର ନେତା ମଧ୍ୟ ପୀଡିତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ପୀଡିତାଙ୍କ ବୟାନ ରେକର୍ଡ କରିଥିଲା ତଦନ୍ତକାରୀ ଦଳ । ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଏଭଳି ସମ୍ବେଦନଶୀଳ ଘଟଣାରେ ପୋଲିସ କାହାରିକୁ ଗିରଫ କରି ନାହିଁ । ଡିଆଇଜି, ଏସପି ଓ କ୍ରାଇମବ୍ରାଂଚ ଉପସ୍ଥିତିରେ ଘଟଣା ଦିନ ପୀଡିତା ଯାଇଥିବା, ଫଟୋ ଷ୍ଟୁଡିଓର ମାଲିକ ଓ ଉକ୍ତ ଗାଁର ୧୫ରୁ ୨୦ ଜଣଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏହାସହ ନାବାଳିକାଙ୍କ ମା’ ଓ ଭାଇଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି । ।