ଫ୍ରିଜରୁ ଦୁର୍ଗନ୍ଧ ଦୂର କରିବାର କିଛି ଘରୋଇ ଉପାୟ . . . . . . .

66

ଅନେକ ଥର ଏପରି ହୁଏ ଫ୍ରିଜରେ ରଖା ହୋଇଥିବା ଜିନିଷ ଗୁଡିକର ଗନ୍ଧ ଆପୋଷରେ ମିଶି ଦୁର୍ଗନ୍ଧରେ ପରିଣତ ହୋଇଯାଏ । ଏହାସହ ଫ୍ରିଜରେ ଯଦି କିଛି ଶଢ଼ିଯାଏ, ତେବେ ଫ୍ରିଜରୁ ଦୁର୍ଗନ୍ଧ ବାହାରେ ।

ଫ୍ରିଜରେ ଆମେ ଖାଇବା ପିଇବାର ଚିଜ ସୁରକ୍ଷିତ ରହିବ ବୋଲି ଭାବନ୍ତି । କିନ୍ତୁ ଯଦି ଫ୍ରିଜରୁ ଦୁର୍ଗନ୍ଧ ଆସେ ତେବେ ବୁଝି ନିଅନ୍ତୁ ଆପଣଙ୍କ ଫ୍ରିଜରେ ଜିନିଷ ସୁରକ୍ଷିତ ନୁହଁ । ଏମିତିରେ ଫ୍ରିଜର ଦୁର୍ଗନ୍ଧ ଦୁର କରିବା ବହୁତ ଜରୁରୀ । ଫ୍ରିଜରୁ ଦୁର୍ବନ୍ଧ ଦୂୁର କରିବାର କିଛି ଘରୋଇ ଉପାୟ ଜାଣନ୍ତୁ . . . .

୧. ଖାଇବା ସୋଡାକୁ ଏକ ଗିନାରେ ଫ୍ରିଜରେ ରଖିି ଦିଅନ୍ତୁ । ଏମିତିରେ ଫ୍ରିଜର ଦୁର୍ଗନ୍ଧ ଦୁର ହେବ । ଆପଣ ଖାଇବା ସୋଢ଼ାକୁ ସ୍ଥାୟୀ ରୂପରେ ବ୍ୟବହାର କରିପାରିବେ ।

୨. କଫିର କିଛି ବିନ୍ସକୁ ଫ୍ରିଜରେ ରଖନ୍ତୁ । ଏପରି କରିବା ଦ୍ୱାରା କେବଳ ଯେ ଦୁର୍ଗନ୍ଧ ଦୂର ହେବ ତା’ ନୁହଁ କଫିର ସୁଗନ୍ଧ ମଧ୍ୟ ଆସିବ ।

୩. ଯଦି ଆପଣ ଚାହିଁବେ ଲେମ୍ବୁର କିଛି ବୁନ୍ଦାକୁ ପାଣିରେ ମିଶାଇ ଗିନାରେ ରଖନ୍ତୁ । ଏହାସହ ଅଧାକଟା ଲେମ୍ବୁକୁ ମଧ୍ୟ ଆପଣ ବ୍ୟବହାର କରିବାରିବେ ।

୪. ଖବରକାଗଜ ଫ୍ରିଜର ଦୁର୍ଗନ୍ଧ କୁ ଟାଣି ନିଏ । ଆପଣ ଚାହିଁଲେ ପ୍ରଥମରୁ ଜିନିଷକୁ ଖବରକାଗଜରେ ଗୋଡଇି ଫ୍ରିଜରେ ରଖିପାରିବେ । ଯଦି ଏପରି ନକରୁଛନ୍ତ, ତେବେ ପେପରର ଏକ ବଣ୍ଡଲ ଫ୍ରିଜରେ ରଖନ୍ତୁ ।

୫. ଫ୍ରିଜ ସଫା କରୁଥିବା ପାଣିରେ ଆପଣ କିଛି ବୁନ୍ଦା କମଳା କିମ୍ବା ପୁଦିନା ରସ ପକାନ୍ତୁ । ଏପରି କରିବା ଦ୍ୱାରା ଫ୍ରିଜର ଦୁର୍ଗନ୍ଧ ଦୂର ହେବ ।