ସାଂସଦଙ୍କୁ ଅନ୍ୟ ପେସାରେ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ରାୟ ! ସମ୍ବିଧାନଧାରା ୩୨ ଅନୁସାରେ କରିପାରିବେ ନାହିଁ ବିଚାର

28

କନକ ବ୍ୟୁରୋ : ସାଂସଦଙ୍କୁ ଅନ୍ୟ ପେସାରେ ନିୟୋଜିତ ହେବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଆବେଦନକାରୀଙ୍କ ଯୁକ୍ତିରେ ଦମ୍ ଥିଲେ ବି ଏହା ବିଚାର ପ୍ରକ୍ରିୟାର ପରିସର ଭିତରକୁ ଆସୁ ନଥିବା କୋର୍ଟ କହିଛନ୍ତି ।

ସମ୍ବିଧାନର ଧାରା ୩୨ ଆଧାରରେ ଏହାକୁ ବିଚାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି । ସାଂସଦ ମାନେ ଅନ୍ୟ ପେସା କରିବା ପାଇଁ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରିବାକୁ ସମୟ ହେଉ ନାହିଁ, ଯାହାକି ସେମାନଙ୍କ ପ୍ରାଥମିକତା ହେବା କଥା ବୋଲି ଆବେଦନକାରୀ କହିଛନ୍ତି ।