ନିତିଦିନିଆ ଜୀବନରେ ଆପଣ କେତେ ପାଣି ନଷ୍ଟ କରୁଛନ୍ତି କେବେ ଚିନ୍ତା କରିଛନ୍ତି , ଯଦି ନାହିଁ ତେବେ ଏହି ଖବରଟି ପଢିବା ଆପଣଙ୍କ ପାଇଁ ନିହାତି ଜରୁରୀ ।

227

ଆମେ ହୋଲି ହେଉ କିମ୍ବା ଅନ୍ୟ କୌଣସି ପର୍ବପର୍ବାଣୀ କିମ୍ବା ନିତିଦିନିଆ ସମୟରେ କେତେ ଯେ ପାଣି ନଷ୍ଟ କରିଥାଉ ତାହାର ହିସାବ କେବେ ଦେଇପାରିବୁ ନାହିଁ । କେବେ ଚିନ୍ତା କରିଛନ୍ତି ଯେ ଯଦି ଦୁନିଆରେ ଯଦି ପାଣି ହିଁ ଶେଷ ହୋଇଯାଏ ତେବେ ଆପଣ କରିବେ କ’ଣ? କିଭଳି ହେବ ସେତେବେଳେ ସମସ୍ତଙ୍କ ଜୀବନ ? ବର୍ତ୍ତମାନ ପିଇବା ପାଣିର ସଂକଟ ପୁରା ବିଶ୍ୱରେ ଦେଖାଦେଉଛି । ନଦୀ ଶୁଖୁଛି ,ଗ୍ଲାସିୟର୍ କଠିନ ପଡୁଛି ଏବଂ କେବେ ଠାଏଁ ଠାଏଁ ପୋଖରୀ ଥିବା ସ୍ଥାନ ବି ବିଲୁପ୍ତ ହେବାକୁ ଲାଗିଛି । ବଢୁଥିବା ଜନସଂଖ୍ୟା ଏବଂ ବିଲୁପ୍ତ ପାଉଥିବା ସୋତ୍ର କାରଣରୁ ଆଗାମୀ ପିଢି ଯେ ଜଳକଷ୍ଠର ଅସୁବିଧାକୁ ଅନୁଭବ କରିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଉପରୋକ୍ତ ଫଟୋଟି ଗତବର୍ଷ ଡିସେମ୍ବର ମାସର ହୋଇଥିଲେ ହେଁ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋରେ ମଧ୍ୟପ୍ରଦେଶର ସ୍କୁଲପିଲାମାନେ ଏକ ନାଳରୁ ପାଣି ପିଉଥିବା ଦୃଶ୍ୟ ଦେଖାଯାଉଛି ।

ଏକ ରିପୋର୍ଟରେ କୁହାଯାଇଥିଲା ଯେ ଯଦି ଏଭଳି ପାଣିର ଅଭାବ ଦେଖାଗଲା ତେବେ ୨୦୪୦ ମସିହା ବେଳକୁ ଦେଶରେ ସଫାପାଣି ରହିବ ନାହିଁ । ଦୁନିଆରେ ପ୍ରଥମେ କ୍ୟାପ୍ଟଟାଉନ୍ ରେ ପାଣି ଶେଷ ହେବାକୁ ଯାଉଛି । ଏଠାରେ ଥିବା ୬ ଟି ବଡ ବଡ ବନ୍ଧ ଶୁଖି ପଡିଛି । ଏଠାରେ ବର୍ଷା ହେଲେ ଲୋକମାନେ ବହୁତ ଦିନ ପର୍ଯ୍ୟନ୍ତ ପାଣି ବଂଚାଇ ରଖିଥାନ୍ତି । ଏଠାରେ ଏଭଳି ପରିସ୍ଥିତି ଆସିଗଲାଣି ଯେ ପାଣି ପାଇଁ ଆଉ କିଛି ଦିନ ପରେ ଏଠାରେ ଏମରଜେନ୍ସିଂ ଲାଗିବ । ସହରରେ ପାଣିର ଅସୁବିଧାକୁ ନେଇ ଲୋକମାନେ ଧାରଣା ମଧ୍ୟ ଦେଉଛନ୍ତି ।

କ୍ୟାପ୍ଟଟାଉନ୍ ରେ ଅପ୍ରିଲ୍ ୨୧ ତାରିଖଟିକୁ ଡେ-ଜିରୋ ରୁପେ ଘୋଷଣା କରାଯାଇଛି । ଏହିଦିନ ସମସ୍ତଙ୍କ ଘରକୁ ପାଣି ସପ୍ଲାଏ ହେବା ମଧ୍ୟ ବନ୍ଦ ହୋଇଯିବ । ସହରର ଲୋକଙ୍କୁ ପାଣି ପାଇଁ ଲାଇନ୍ ଲଗାଇବାକୁ ପଡିବ । ଯେଉଁଥିପାଇଁ ସହରରେ ୨୦୦ ଟି ସେଣ୍ଟର ମଧ୍ୟ ଲଗାଯାଇଛି ।