ମୋଦି ସରକାରଙ୍କ ଜଳ କୂଟନୀତି ! ରବି ନଦୀରେ ଡ୍ୟାମ୍ ତିଆରି କରିବ ଭାରତ, ପାକିସ୍ତାନକୁ କମିବ ଜଳପ୍ରବାହ । 

181

କନକ ବ୍ୟୁରୋ : ମୋଦି ସରକାରର ଜଳ କୂଟନୀତି  । ରବି ନଦୀରେ ଡ୍ୟାମ୍ ତିଆରି କରିବ ଭାରତ  । ଏହି ଡ୍ୟାମ୍ ତିଆରି ହେଲେ ପାକିସ୍ତାନକୁ ଜଳପ୍ରବାହ କମିବ  । ଜାମ୍ମୁ ଓ କାଶ୍ମୀରରେ ରବି ନଦୀରେ ଡ୍ୟାମ୍ ତିଆରି ପାଇଁ ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର  । ରବି ନଦୀରେ ଡ୍ୟାମ୍ ତିଆରି ହେଲେ ମାଧୋପୁର ଦେଇ ପାକିସ୍ତାନ ପଟକୁ ବହୁଥିବା ଜଳପ୍ରବାହ କମିଯିବ  ।

୨୦୨୨ ସୁଦ୍ଧା ରବି ନଦୀରେ ସାହାପୁରକାନ୍ଦି ଡ୍ୟାମ୍ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର  । ଏହି ଡ୍ୟାମ୍ ନିର୍ମାଣ ହେଲେ ଜମ୍ମୁ କାଶ୍ମୀର ଓ ପଞ୍ଜାବରେ ଜଳସେଚନ ସୁବିଧା ବଢ଼ିବ  । ଏହି ଡ୍ୟାମ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଜମ୍ୁ ଓ କାଶ୍ମୀର ସରକାରଂକୁ ୪୮୫ କୋଟି ଟଂକା ପ୍ରଦାନ କରିବେ  । ୨୦୦୧ରେ ଏହି ଡ୍ୟାମ୍ ନିର୍ମାଣ କଥା ପ୍ରଥମେ ଉଠିଥିଲେ ମଧ୍ୟ ଆଗକୁ ବଢ଼ି ପାରି ନଥିଲା  । ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ନଦୀ ଚୁକ୍ତିକୁ ଆଖିରେ ରଖି ଏହି ନିଷ୍ପତି ନିଆଯାଇଛି  । ୧୯୬୦ରେ ହୋଇଥିବା ସିନ୍ଧୁ ଚୁକ୍ତି ଅନୁଯାୟୀ ୩ଟି ନଦୀ ରବି, ବିୟସ ଓ ସତଜ୍ରେ ଜଳ ବ୍ୟବହାର ନେଇ ଭାରତ ସରକାରଂକ ପୂର୍ଣ୍ଣ ଅଧିକାର ରହିଛି  ।