ପାଣି ବନାମ ପାଜେରୋ, ନୀତି ଓ ନୈତିକତା

51

ଚିଟଫଣ୍ଡ ପ୍ରସଙ୍ଗ ବର୍ତମାନ ରାଜ୍ୟ ରାଜନୀତି କୁ ସରଗରମ କରିଛି । ଏବଂ ଏବେ ଆଉ ଗୋଟିଏ ସମସ୍ୟା ରାଜ୍ୟରେ ଦେଖାଯାଇଛି ରାଜ୍ୟବାସୀ ସାମ୍ନା କରୁଥିବା ଭୟଙ୍କର ପାଣି ସମସ୍ୟା । ଏହାରିଭିତରେ ଆଜି କଂଗ୍ରେସ ରାଜ୍ୟ ସରକାର ଏବଂ ବିରୋଧୀଦଳ ବିଜେଡି କୁ ଟାର୍ଗେଟ୍ କରିଛି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ପ୍ରସଙ୍ଗରେ । ହେଲେ ଏଇଠି ନୈତିକତାର ପ୍ରଶ୍ନ ଉଠାଇଥିଲା କଂଗ୍ରେସ, ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ପଷ୍ଟ ଭାବରେ ସୂଚନା ଦେଇଥିଲେ ରଜତ ଚୈାଧୁରୀ ଯୁବ କଂଗ୍ରେସ ସଭାପତିଙ୍କୁ ସିବିଆଇ ଜେରା କରିବା ପରେ ସେ ଇସ୍ତଫା ଦେଇଛନ୍ତି । କିନ୍ତୁ ଏହାରି ଭିତରେ କିଛି ସମୟ ପୂର୍ବରୁ ରଜତ ଚୈାଧୁରୀ କନକ ନ୍ୟୁଜ୍ କୁ ପ୍ରତିକ୍ରିୟା ଦେଇ କହିଛନ୍ତ ଯେ ସେ ଇସ୍ତଫା ଦେଇନାହାଁନ୍ତି, ତାଙ୍କ ମନ ଭିତରେ କଣ ଅଛି କେଉଁ ନେତା କେମିତି ଜାଣିଲେ ଏବଂ ସେ ଏହି ବାବଦରେ କୈାଣସି ନେତାଙ୍କ ସହ କଥା ହୋଇନାହାଁନ୍ତି । ଯାହା ବର୍ତମାନ ସୁଦ୍ଧା ଏକ ବଡ ବିବାଦ ସୃଷ୍ଟି କରିଛି କଂଗ୍ରେସ କ୍ୟାମ୍ପ ରେ । ଏହାରିଭିତରେ ନୈତିକତା ର ପ୍ରଶ୍ନ ଉଠାଉଥିବା କଂଗ୍ରେସ ଆଉ ନୈତିକତାର କଥା କହିବ କି? ଏହା ହେଉଛି ସବୁଠାରୁ ବଡ ପ୍ରସଙ୍ଗ ଏବଂ ଅନ୍ୟ ପକ୍ଷରେ ମନ୍ତୀ ସଂଜୟ ଦାସବର୍ମା ଙ୍କ ଇସ୍ତଫା ଦାବି କରୁଥିବା କଂଗ୍ରେସ ଦଳ ଏହାକୁ ଏକ ଯୁକ୍ତିଯୁକ୍ତ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିବ କି?   ପାଣି ବନାମ ପାଜେରୋ ଏବଂ ନୀତି ଓ ନୈତିକତା ଏହି ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍  :-