ସମ୍ବଲପୁର ଷ୍ଟେସନରେ ତାତିରୁ ତ୍ରାହି ପାଇଁ ଉଦ୍ୟମ ! ଯାତ୍ରୀଙ୍କ ଉପରେ କରାଯାଉଛି ଜଳ ସିିଂଚନ

51

କନକ ବ୍ୟୁରୋ : ସମ୍ବପୁରରେ ଦିନକୁ ଦିନ ଗରମ ବଢୁଥିବା ବେଳେ ରେଳ ଯାତ୍ରୀମାନେ ମଧ୍ୟ ଏହି ଅସହ୍ୟ ତାତିରୁ ବାଦ ପଡିନାହାନ୍ତି । ତାତିରୁ ତ୍ରାହି ପାଇଁ ସମ୍ବଲପୁର ରେଳ ଷ୍ଟେସନରେ ଉଦ୍ୟମ କରୁଛି ଇଷ୍ଟକୋଷ୍ଟ ରେଳୱେ । ପୂର୍ବତଟ ରେଳବାଇ ତରଫରୁ ଜଳ ବାଷ୍ପୀକରଣ ସିିଂଚନ ଜରିଆରେ ଷ୍ଟେସନରେ ଉତ୍ତାପ କମ୍ କରାଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ସମ୍ବଲପୁର ସହରର ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଭଳି ସ୍ଥିତିରେ ସମ୍ବଲପୁର ଷ୍ଟେସନରେ ତାତିରୁ ତ୍ରାହି ପାଇଁ ଉଦ୍ୟମ କରୁଛି ପୂର୍ବତଟ ରେଳବାଇ । ଇଷ୍ଟକୋଷ୍ଟ ରେଳୱେ ପକ୍ଷରୁ ମିଷ୍ଟିଙ୍ଗ କୁଲିଙ୍ଗ ଜରିଆରେ ଷ୍ଟେସନକୁ ଥଣ୍ଡା କରାଯାଉଛି । ଟ୍ରେନ ପ୍ଲାଟଫର୍ମରେ ପହଂଚିବା ମାତ୍ରେ ଏହି ସିଷ୍ଟମ ଦ୍ୱାରା ପାଣିକୁ ବାଷ୍ପୀକରଣ କରି ଯାତ୍ରୀଙ୍କ ଉପରେ ସିଂଚନ କରାଯାଉଛି । ୧ ନମ୍ବର ପ୍ଲାଟଫର୍ମ ଓ ଟିକେଟ କାଉଂଟରରେ ଏହି ସୁବିଧା ଉପଲବ୍ଧ ହୋଇଛି ।

ପାଣିକୁ ଏକ ମେସିନ ସାହାଯ୍ୟରେ ଥଣ୍ଡା କରିବା ସହ ବାଷ୍ପୀକରଣରେ କରାଯାଇ ସିଂଚନ କରାଯାଉଛି । ସମ୍ବଲପୁର ଷ୍ଟେସନ ରେଲୱେର ପ୍ରଥମ ଷ୍ଟେସନ ହୋଇଥିବା ବେଳେ ବଲାଙ୍ଗୀରରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହାଦ୍ୱାରା ଗରମରୁ ଆରାମ ମିଲୁଥିବା କହିଛନ୍ତି ଯାତ୍ରୀ । ଏଭଳି ଉଦ୍ୟମ ଅନ୍ୟ ଷ୍ଟେସନ ଗୁଡିକରେ କରାଗଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି ।