ଦିନକୁ ଦିନ ଶୁଖିଯାଉଛି ମହାନଦୀ । ଆଗକୁ ସୃଷ୍ଟି ହେବ ସାଂଘାତିକ ଜଳ ସଂକଟ, ସର୍ତକ କରାଇଲେ ଜଳ ପୁରୁଷ

36

କନକ ବ୍ୟୁରୋ : ମହାନଦୀରେ ସୃଷ୍ଟି ହେବାକୁ ଯାଉଛି ବଡ ଜଳ ସଂକଟ । ଏ ନେଇ ସତର୍କ କରାଇ ଦେଇଛନ୍ତି ଜଳପୁରୁଷ ରଂଜନ ପଣ୍ଡା । ଛତିଶଗଡ ଓ ଓଡିଶା ମହାନଦୀ ଅବବାହିକାରେ ହେଉଥିବା କୋଇଲା ତାପଜ ବିଦ୍ୟୁତ ପ୍ରକଳ୍ପ ଏହି ସଂକଟକୁ ଟାଣି ଆଣିଛି । ମହାନଦୀର ପାଣି ଉପରେ ଏହି ପ୍ରକଳ୍ପ ଗୁଡିକ ନିର୍ଭର କରୁଥିବାରୁ ମହାନଦୀର ପାଣି ପ୍ରବାହକୁ ସାଂଘାତିକ ଭାବେ କମାଇବ ବୋଲି ଚେତାବନୀ ଦେଇଛନ୍ତି ରଂଜନ ପଣ୍ଡା । ସେ କହିଛନ୍ତି, କେବଳ ଟ୍ରିବ୍ୟୁନାଲ ନୁହେଁ ମହାନଦୀ ଜଳ ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣାର ଆବଶ୍ୟକତା ରହିଛି ।

ମହାନଦୀକୁ ଯେଉଁ ନଦୀ ଦେଇ ଜଳ ଆସିଥାଏ, ତାହା ଦିନକୁ ଦିନ ଶୁଖିଯାଉଛି । ଏହାସହ ଜଙ୍ଗଲକ୍ଷୟ, ଜଳବାୟୁ ପରିବର୍ତନ ମଧ୍ୟ ଜଳ ପ୍ରବାହ କମିବାର ପ୍ରମୁଖ କାରଣ ହୋଇଛି । ଏସବୁର ସମାଧାନ ନକଲେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି କହିଛନ୍ତି ରଂଜନ ପଣ୍ଡା ।