ରାଜଧାନୀରେ ପାଣି ପାଇଁ ରାସ୍ତାରୋକ ! ଗରା ମାଠିଆ ଧରି ନୀଳାଦ୍ରୀବିହାର ରାସ୍ତାରେ ଧାରଣା ଦେଲେ ଶତାଧିକ ମହିଳା

34

କନକ ବ୍ୟୁରୋ : ରାଜଧାନୀରେ ପାଣି ପାଇଁ ହାହାକାର । ଗରା ମାଠିଆ ଧରି ରାସ୍ତାରୋକ କଲେ ମହିଳା । ଦୀର୍ଘଦିନ ହେବ ଭୁବନେଶ୍ୱର ନୀଳାଦ୍ରୀବିହାର ଅଂଚଳରେ ପାନୀୟଜଳର ସମସ୍ୟା ଲାଗି ରହିଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ଗରା, ମାଠିଆ ଧରି ରାସ୍ତାରେ ଧାରଣା ଦେଇଛନ୍ତି ଶତାଧିକ ମହିଳା । ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ । ପ୍ରବଳ ଖରାରେ ଛତା ଧରି ରାସ୍ତାରେ ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ପାଣି ପାଇଁ ହାହାକାର । ପାଣି ଓ ମଣିଷର ସଂଘର୍ଷ । ପାଣି ପାଇଁ ପ୍ରଦିଦିନ ହଇରାଣ ହେଉଛନ୍ତି ଲୋକେ । ତେବେ ଅନ୍ୟ କୌଣସି ଆଦିବାସୀ ବହୁଳ ଅଂଚଳରେ ପାଣି ସମସ୍ୟା ହେବା ଅଲଗା କଥା, ରାଜଧାନୀ ଭୁବନେଶ୍ୱରରେ ପାଣି ଅଭାବ ନିହାତି ଚିନ୍ତାର ବିଷୟ । ୪୦ ଡିଗ୍ରୀର ଟାଣ ଖରାରେ ଶୋଷ ମେଂଟାଇବା ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି ମହିଳା । ଉକ୍ରଟ ରୂପ ଧାରଣ କରୁଛି ଜଳ ସମସ୍ୟା । ଆଉ ଏଥିପାଇଁ ଜନଅସନ୍ତୋଷ ବୃଦ୍ଧି ପାଉଛି ।