ପାଣି ପାଇଁ

29

ତାତି ବଢ଼ିବା ସାଙ୍ଗକୁ ଉକ୍ରଟ ହେଉଛି ଜଳ ସଂକଟ । ପିଇବା ପାଣି ପାଇଁ ଚାରିଆଡେ ହାହାକାର । ବାଲଟିଏ ପାଣି ପାଇଁ କେଉଁଠି ଝଗଡ଼ା ହେଉଛି, ତ ଆଉ କେଉଁଠି ରାସ୍ତାରୋକ । ପାଣି ସମସ୍ୟାର ସ୍ଥିତି ପରଖିଥିଲା କନକ୍ ନ୍ୟୁଜ ଟିମ୍ ।

water problemପାଣି ପାଇଁ ହାହାକାର । ବାଲତିଏ ପାଣି ପାଇଁ ଝଗଡା, ପରସ୍ପର ମଧ୍ୟରେ ଟଣାଓଟରା । ଦୃଶ୍ୟ ହେଉଛି ବ୍ରହ୍ମପୁର ମହାନଗର ନିଗମର । ଟ୍ୟାଙ୍କର ପହଂଚିବା ମାତ୍ରେ ଘେରି ଯାଉଛନ୍ତି ଲୋକେ ।ହେଲେ ଲାଞ୍ଜିପଲ୍ଲୀ ଢ଼ିପ ସାହି ଅଂଚଳରେ ନିୟମତି ଜଳ ଯୋଗଣ ହେଉନଥିବାରୁ ଉପୁଜିଛି ଏଇ ସ୍ଥିତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ । ୨-୩ ଦିନରେ ଥରେ ପାଣି ଟ୍ୟାଙ୍କା ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନଳକୂଅରୁ ପାଣି ସୁଖି ଯିବା ଫଳରେ ଦେଖାଦେଇଛି ଜଳ ସଂକଟ ।

water problemଆଉ ଇଏ ହେଉଛି ବୌଦ୍ଧ ସହରର ଦୃଶ୍ୟ । ପାଣି ପାଇଁ ରାସ୍ତାରୋକ୍ । ଅଟକି ରଖଛି ଗାଡ଼ି ମଟର । ମହାନଦୀ କୂଳରେ ଥିଲେ ବି ମେଂଟିପାରୁନି ଲୋକଙ୍କ ଶୋଷ । ନା ଠିକ୍ରେ ଟ୍ୟାଙ୍କରରେ ପାଣି ଆସୁଛି, ନା ଜଳ ଯୋଗଣ ହୋଇ ପାରୁଛି । ଯାହାଫଳରେ ୫ଟି ୱାର୍ଡର ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସେପଟେ ଡେଡ୍ ଲାଇନ୍ ଅତିକ୍ରମ ସାରିଥିଲେ ସୁଦ୍ଧା ନିର୍ମାଣାଧିନ ଜଳ ପ୍ରକଳ୍ପ ଏବେ ସୁଦ୍ଧା ସଂପୂର୍ଣ୍ଣ ହୋଇ ପାରିନି ।

ସମ୍ବଲପୁର ସହରରେ ପାଣି ସମସ୍ୟାର ଅର୍ଭୁତ ସ୍ଥିତି । ମନ୍ଦଲିଆରେ ସପ୍ତାହର ୬ ଦିନ ଟ୍ୟାଙ୍କରରେ ପାଣି ଆସୁଥିବା ବେଳେ ରବିବାର ଜଳ ଯୋଗାଣ ବନ୍ଦ । ଶନିବାର ଦିନ ସଂଗୃହିତ ପାଣିକୁ ସୋମବାର ପର୍ଯ୍ୟନ୍ତ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି ସାହି ଲୋକ । ପାଣି ସମସ୍ୟାର ଏଭଳି ସ୍ଥିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ବିଭାଗୀୟ ଅଧିକାରୀ କହୁଛନ୍ତି ଜିପିଏସ୍ ସିଷ୍ଟରରେ ଅନୁଧ୍ୟାନ କରାଯାଉଛି ।

ତାତି ବଢ଼ିବା ସାଙ୍ଗକୁ ଉକ୍ରଟ ହେବାରେ ଲାଗିଛି ଜଳ ସଂକଟ । ଯାହା ଲୋକଙ୍କ ଜୀବନଯାତ୍ରାକୁ ବେଶ ପ୍ରଭାବିତ କରୁଛି ।