କୋରାପୁଟ : ମୁଷାପୁଟ ଗାଁରେ ଏବେଠାରୁ ଦେଖାଦେଲାଣି ପାନୀୟ ଜଳ ସଙ୍କଟ,ହନ୍ତସନ୍ତ ହେଉଛନ୍ତି ଲୋକେ

44

କନକ ବ୍ୟୁରୋ : ଖରାଦିନ ଆରମ୍ଭ ହେଉ ହେଉ ଜଳ ସଂକଟ । କୋରାପୁଟ ବ୍ଲକ କେନ୍ଦାର ପଂଚାୟତର ମୁଷାପୁଟ ଗାଁରେ ଏବେଠାରୁ ଦେଖାଦେଲାଣି ପାନୀୟ ଜଳର ଅଭାବ । ଗାଁରେ ରହିଛି ୩ ଟି ନଳକୂପ । କିନ୍ତୁ ସେଥିରୁ ୨ଟି ନଳକୂପ ଅଚଳ ଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ୮୫ ଘରର ଲୋକ ଚାଲି ଚାଲି ଯାଇ ନଦୀରୁ ପାଣି ଆଣି ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ।

ଗାଁରେ କେବଳ ପାନୀୟ ଜଳ ସମସ୍ୟା ନୁହେଁ, ଭଲ ରାସ୍ତାଟିଏ ବି ନାହିଁ । ରୋଗୀଙ୍କୁ ରାସ୍ତା ରେ କିଛି ବାଟ ଚଲାଇ ଚଲାଇ ନେବା ପରେ ଘୋଡାଦୋରା ଠାରୁ ଗାଡିରେ କୋରାପୁଟ ନିଆଯାଉଥିବା ଅଭିଯୋଗ ହୋଇଛି । ଗାଁରେ ଅଚଳ ହୋଇଯାଇଥିବା ନଳକୂପ ମରାମତି କରିବାକୁ ଏସଇଏମକୁ ପଠାଯିବ ଯଦି ସମାଧାନ ନ ହୁଏ ତେବେ ଗ୍ରାମ ଜଳ ଯୋଗାଣ ବିଭାଗକୁ ଖବର ଦିଆଯିବ ବୋଲି କେନ୍ଦାର ପଂଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି ।