ପାଣିଗରାର ରାସ୍ତାରୋକ : ଢେଙ୍କାନାଳ ବିଜାଡିହିରେ ପାନୀୟ ଜଳ ଯୋଗାଣ ଦାବିରେ ଗରା ବାଲଟି ଧରି ରାସ୍ତା ଅବରୋଧ କଲେ ମହିଳା

45

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା । ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର ବ୍ଲକର ବିଜାଡିହି ଠାରେ ବାଲଟି ଗରା ଧରି ସ୍ଥାନୀୟ ମହିଳା ରାସ୍ତା ଅବରୋଧ କରିଛନ୍ତି । କାମାକ୍ଷନଗର-ଢେଙ୍କାନାଳ ମୁଖ୍ୟରାସ୍ତା ଅବରୋଧ ହୋଇଥିବାରୁ ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ଅଟକିି ରହିଛି । ବିଜାଡିହି ଗାଁର ମହିଳାମାନେ ଗତମାସ ୧୮ ତାରିଖରେ ପାଣି ପାଇଁ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ସେହି ସମୟରେ ଉପଜିଲ୍ଲାପାଳ ପାନୀୟ ଜଳର ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁବିଧା କରାଯାଇ ନାହିଁ । ଯାହାକୁ ନେଇ ବିଜାଡିହି ଗାଁର ମହିଳାମାନେ ଆଜି ବାଲଟି ଗରା ରଖି ରାସ୍ତାରୋକ କରିଛନ୍ତି ।