ବହ୍ମପୁର : ଦିନକୁ ଦିନ ବଢ଼ିବାର ଲାଗିଛ ତାତି, ପାଣି ଟୋପେ ପାଇଁ ଡ଼ହଳବିକଳ ସହରବାସୀ

42

କନକ ବ୍ୟୁରୋ : ଜଳୁଛି ସାରା ରାଜ୍ୟ । ଦିନକୁ ଦିନ ବଢ଼ିବାର ଲାଗିଛ ତାତିି । ଖରାର ବେଶ ପ୍ରଭାବ ପଡ଼ୁଛି ଜୀବନ ଯାତ୍ରା ଉପରେ । ବହ୍ମପୁର ସହରରେ ମଧ୍ୟ ଦେଖିବାକୁ ମିଳୁଛି ଖରାର ପ୍ରକୋପ । ସକାଳ ୧୦ଟା ପରେ ଘରୁ ବାହାରିବା ହେଇପଡ଼ୁଛି ମୁସକିଲ । ପ୍ରଚଣ୍ଡ ଖରାରେ ଜନଜୀବନ ହେଇପଡ଼ୁଛି ଅସ୍ତବ୍ୟସ୍ତ । ଏପଟେ ସହରରେ ଚାଲିଛି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଏଥିପାଇଁ ବହ୍ମପୁର ସହର ଏବେ ଚଳଚଂଚଳ । କିନ୍ତୁ ସହରରେ ଏପଯ୍ୟନ୍ତ କୌଣସି ଜାଗାରେ ଜଳଛତ୍ର ଖୋଲାଯାଇ ନାହିଁ । ଥଣ୍ଡା ପାଣି ଟୋପେ ପାଇଁ ଲୋକେ ହେଉଛନ୍ତି ହଇରାଣ ।

ସେପଟେ ସହରରେ ପାଣି ପାଉଚକୁ ବିକ୍ରି ନହେବା ପାଇଁ କୁହାଯାଇଛି । ଜଳଛତ୍ର ମଧ୍ୟ ନାହିଁ ସହରରେ । ଥଣ୍ଡା ପାଣି ଟୋପେ ପାଇଁ ଲୋକେ ହେଉଛନ୍ତି ଡ଼ହଳବିକଳ । ସହରର ମହାନଗର ନିଗମ କମିସନ କହିଛନ୍ତି କି ଆଗାମୀ ସପ୍ତାହ ମଧ୍ୟରେ ସହରରେ ଜଳଛତ୍ର ଖୋଲିବାକୁ ଯୋଜନା ରହିଛି । ଏଥିପାଇଁ ୪୦ରୁ ଅଧିକ ଜାଗା ମଧ୍ୟ ଚିହ୍ନଟ ହୋଇ ସାରିଛି । ଏପଟେ ସହରରେ ଯାଥାଶିଘ୍ର ଜଳଛତ୍ର ଯୋଗାଇ ଦେବା ପାଇଁ ସହର ବାସିନ୍ଦା ଦାବି କରିଛନ୍ତି ।