ଢେଙ୍କାନାଳ : ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

22

କନକ ବ୍ୟୁରୋ : ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା । ଢେଙ୍କାନାଳ ମୁନିସପାଲଟି ୩, ୯, ୧୩, ୧୯ ନମ୍ବର ୱାର୍ଡରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ । ସାହି ବସ୍ତିରେ ଥିବା ନଳକୁପଗୁଡିକ ଅଚଳ ହୋଇପଡିଥିବା ବେଳେ ଘରୋଇ କୁଅ ସବୁ ଶୁଖିଲା ପଡିଛି । ଏପରେ ପିଏଚଡି ପାଇପ୍ ଲାଇନ୍ ଫାଟି ଯାଇଥିବାରୁ ମାସେ ହେବ ଜଳ ଯୋଗାଣ ବନ୍ଦ ହୋଇଛି ।

ଏଭଳି ପରିସ୍ଥିତିରେ ପୌରସଂସ୍ଥା ପକ୍ଷରୁ ଏସବୁ ଅଂଚଳକୁ ପାଣି ଟ୍ୟାଙ୍କର ମଧ୍ୟ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏନେଇ ୱାର୍ଡ କାଉନସିଲର ପୈାରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ଜଣାଇଥିଲେ ମଧ୍ୟ କିଛି ବ୍ୟବସ୍ଥା କରାଯାଇନାହିଁ । ଫଳରେ ପାଣି ସମସ୍ୟାର ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।