ଉତ୍କଟ ହେଉଛି ଜଳକଷ୍ଟ ! ଖରାଦିନ ଆରମ୍ଭରୁ ରାଜ୍ୟର ବିଭିନ୍ନ ଅଂଚଳରେ ପାଣି ସମସ୍ୟା ଲୋକଙ୍କ ପାଇଁ ଚିନ୍ତା ବଢାଇଛି

40

କନକ ବ୍ୟୁରୋ : ପାଣି ପାଇଁ ଡହଳବିକଳ । ଖରାଦିନ ଆରମ୍ଭରୁ ପାଣି ସମସ୍ୟା ଲୋକଙ୍କ ପାଇଁ ଚିନ୍ତା ବଢାଇଛି । କେଉଁଠି ପାଣି ପାଇଁ କୂଅ ପାଖରେ ମହିଳାଙ୍କ ଲମ୍ବା ଲାଇନ ଲାଗିଛି ତ କେଉଁଠି ମାଇଲ ମାଇଲ ଦୂର ଯାଇ ଚୂଆ ଖୋଳି ପାଣି ଆଣୁଛନ୍ତି । ଫୁଲବାଣୀ ଭୃଙ୍ଗିଯୋଡ଼ି ଏବଂ ଯାଜପୁର ଜେନାପୁର ଅଂଚଳରେ ପାନୀୟ ଜଳ ସମସ୍ୟା ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି ।

ଚିନ୍ତା ବଢ଼ାଉଛି ପାଣି । ପିଇବା ପାଣି ପାଇଁ ଚୁଆକୁ ଯାଉଥିବା ବେଳେ କୂଅ ପାଖରେ ମଧ୍ୟ ମହିଳାଙ୍କ ଲାଗିଛି ଗହଳି । ଖରାଦିନ ଆରମ୍ଭରୁ ପାଣି ସମସସ୍ୟା ଏପରି ହେଲାଣି ଯାହା ଲୋକଙ୍କ କଷ୍ଟକୁ ଦୁଇଗୁଣା ବଢ଼ାଇ ଦେଇଛି । ଏଭଳି କିଛି ସମସ୍ୟା ଦେଖିବାକୁ ମିଳିଛି ଫୁଲବାଣୀ ଭୃଙ୍ଗିଯୋଡ଼ି ଏବଂ ଯାଜପୁର ଜେନାପୁର ଅଂଚଳରେ ।

ଉତ୍କଟ ହେଉଛି ଜଳକଷ୍ଟ । ଖରା ଦିନ ଆରମ୍ଭରୁ ଦେଖା ଦେଲାନି ଜଳ ସମସ୍ୟା । ଅନ୍ୟ କେଉଁଠି ନୁହେଁ ବିଧାୟକ ଦୁଗୁନି କହଁରଙ୍କ ଗାଁରେ ଦେଖା ଦେଇଛି ଏହି ସମସ୍ୟା । ଫୁଲବାଣୀ ଭୃଙ୍ଗିଯୋଡ଼ିରେ ଗାଁରେ ଜଳ ସମସ୍ୟା । ଗାଁରେ ପାଣି ନଥିବାରୁ ଚୁଆକୁ ପାଣି ପାଇଁ ମାଇଲ ମାଇଲ ଦ୍ୱର ଯାଉଛନ୍ତି ଗାଁ ଲୋକ । ପାଣି ପମ୍ପର ନିମ୍ନ ମାନର କାମ ପାଇଁ ପିଇବା ପାଣି ପାଇବା କଷ୍ଟ ହେଉଛି ଗାଁ ଲୋକଙ୍କୁ ।

ସମାନ ସମସ୍ୟା ଦେଖା ଦେଇଛି ଯାଜପୁର ଜିଲ୍ଲା ଜେନାପୁର ଅଂଚଳର ମର୍ଯ୍ୟାଦାପୁର ଗାଁରେ । ପିଇବା ପାଣି ପାଇଁ କୂଅ ପାଖରେ ଗାଁ ଲୋକଙ୍କର ଲାଗିଛି ଲମ୍ବା ଧାଡ଼ି । ଗାଁର ୭୦ଟି ପରିବାରକୁ ଗୋଟିଏ କୂଅ । ଗାଁକୁ ଯେଉଁ ସପ୍ଲାଇ ପାଣି ଆସୁଛି ତାହା ବ୍ୟବହାର ଉପଯୋଗୀ ନୁହେଁ ବୋଲି କହିଛନ୍ତି ଗାଁ ଲୋକ । ଖରାଦିନ ଆରମ୍ଭରୁ ଏପରି ସମସ୍ୟା ଦେଖା ଦେଇଥିବା ବେଳେ ଆଗକୁ ଏହି ଜଳ କଷ୍ଟ ଲୋକଙ୍କ ପାଇଁ ଉଗ୍ର ରୁପ ନେବ ବୋଲି ଆଶା କରାଯାଉଛି ।