କୁବେରପୁରୀର କରୁଣ କାହାଣୀ ! ଖଣି ଅଂଚଳରେ ବିକାଶ ଖାଁ ଖାଁ

48

କନକ ବ୍ୟୁରୋ : ସାମ୍ନାକୁ ଆସିଛି କୁବେରପୁରୀର କରୁଣ କାହାଣୀ । ଶିକ୍ଷ୍ୟା, ସ୍ୱାସ୍ଥ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଂଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଂଚଳ । କେନ୍ଦୁଝର ଯୋଡା ବ୍ଲକ ଝରଣ ଗାଁ, ଆଜି ବି ସରକାରଙ୍କ ଯୋଜାନା ଠାରୁ ଅନେକ ଦୂରରେ ରହିଯାଇଛି । ବିକାଶ କହିଲେ କଣ ବୋଲି ପ୍ରଶ୍ନ କରନ୍ତି ଏଠାକାର ଆଦିବାସୀ ।

ଖଣି ଭରା ଅଂଚଳରେ ବିକାଶ ଖାଁ ଖାଁ । ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା ଅଂଚଳ ଆଜି ଯାଏଁ ବୁଝିନି ବିକାଶ କ’ଣ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ଝରଣ ଗାଁ । ଗାଁକୁ ଯିବା ପାଇଁ ନା ଅଛି ରାସ୍ଥା, ନା ଏଠାକାର ଲୋକଙ୍କ ମିଳୁଛି ଶିକ୍ଷ୍ୟା, ସ୍ୱାସ୍ଥ ,ପାନୀୟ ଜଳ ଭଳି ମୌଳିକ ସୁବିଧା ସୁଯୋଗ । ଏହି ହାଣ୍ଡିର ପାଣିକି ଟିକେ ଦେଖନ୍ତୁ । ଏ ହେଉଛି ଏମାନଙ୍କ ପିଇବା ପାଣି । ଏହି ଅପରିସ୍କାର ନାଳ ପାଣିକୁ ପିଉଛନ୍ତି ଝରଣ ଗାଁ ଆଦିବାସୀ ପରିବାର ।

ପାଣି ହାଣ୍ଡି ତ ଦେଖିଲେ ଏବେ ଟିକେ ଯୋଡା ବ୍ଲକ ଠାରୁ ମାତ୍ର କିଛି ଦୂରରେ ଥିବା ଅନ୍ଧାରୀ ଗାଁ ଭିତରର ଦୃଶ୍ୟକୁ ଦେଖନ୍ତୁ । ପାହାଡର ପାଦଦେଶରେ ଥିବା ଝରଣ ଗାଁ ଏଯାଏଁ ବିଜୁଳି କଣ ଜାଣିନି । ସଂଧ୍ୟା ହେଲେ ବନ୍ୟଜନ୍ତୁଙ୍କ ଭୟରେ ତାଟିକବାଟ ପଡୁଥିବା ଗାଁର ଲୋକ ଡିବିର ଦୁକ୍ ଦୁକ୍ ଆଲୁଅରେ ଅନ୍ଧାର ହଟେଇବା ପାଇଁ ଚେଷ୍ଟା କରୁଛନ୍ତି । ଏ ସବୁ ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି କେବଳ ସରକାରୀ ଖାତା ଖତିଆନରେ ସୀମିତ ଝରଣ ଗାଁର ବିକାଶ ।