ଭୁବନେଶ୍ୱର : ପଳାଶୁଣୀ ଅଂଚଳର ବ୍ରହ୍ମେଶ୍ୱରପାଟଣା କଲୋନିରେ ପାଣି ଘେରରେ ସ୍ଥାନୀୟଲୋକେ

43

କନକ ବ୍ୟୁରୋ : ବର୍ଷା ଛାଡିବା ପରେ ବର୍ଷା ପାଣିରେ ଉବୁଟୁବୁ ରାଜଧାନୀବାସୀ । ଭୁବନେଶ୍ୱର ପଳାଶୁଣୀ ଅଂଚଳର ବ୍ରହ୍ମେଶ୍ୱରପାଟଣା କଲୋନିରେ ଏବେବି ପାଣି ଘେରରେ ରହିଛନ୍ତି ସ୍ଥାନୀୟଲୋକେ । ଲୋକଙ୍କ ଘରେ ଆଣ୍ଠୁଏ ପାଣି ରହିଛି । ପାଣିରେ ବୁଡି ଲୋକେ ଯିବା ଆସିବା କରୁଛନ୍ତି । ଏନେଇ ବିଏମସିକୁ ପୂର୍ବରୁ ଅନେକ ଥର କହିଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।