ଘରୁ ପାଦ କାଢ଼ିଲେ ପାଣି । ବର୍ଷା କମିଛି ହେଲେ ଦୁର୍ଦ୍ଦଶା ବଢ଼ିଛି, ଘରୁ ବାହାରି ପାରୁନାହାନ୍ତି ୩୦ରୁ ଅଧିକ ପରିବାର ।

310

କନକ ବ୍ୟୁରୋ : ଦୁଇ ଦିନର ଲଗାଣ ବର୍ଷା ପରେ ଜଳବନ୍ଦୀ ୩୦ଟି ପରିବାର । ଗାଁ ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । କଟକ ପାରାଦୀପ ରାସ୍ତା ନିର୍ମାଣ ଓ ରାସ୍ତା କଡରେ ଦୋକାନ ବଜାର ହେବାରୁ ବର୍ଷା ଦିନେ ଜଳବନ୍ଦୀ ଜୀବନ ଯିଉଁଥିବା କହିଛନ୍ତି ରଘୁନାଥପୁର ବ୍ଲକ ତାରପୁର ପଂଚାୟତର ୧ ନମ୍ବର ୱାର୍ଡ ହରିଜନ ସାହିର ବାସିନ୍ଦା ।

ଘରୁ ପାଦ କାଢ଼ିଲେ ପାଣି । ଜଳବନ୍ଦୀ କରିଛି ବର୍ଷା ପାଣି । ବର୍ଷା କମିଛି ହେଲେ ଦୁର୍ଦ୍ଦଶା ବଢ଼ିଛି । ଘରୁ ବାହିରି ପାରୁନାହାନ୍ତି ୩୦ରୁ ଅଧିକ ପରିବାର । ଘରୁ ବାହାରିଲେ ପାଣିରେ ଚାଲିବାକୁ ପଡୁଛି । ଘର ଦୁଆର ମୁହଁରେ ଜମି ରହିଛି ପାଣି । ଏମିତି ଅବସ୍ଥାରେ କାଳ କାଟୁଛନ୍ତି ଜଗତସିଂହପୁର ରଘୁନାଥପୁର ବ୍ଲକ ତାରପୁର ପଂଚାୟତର ୧ ନମ୍ବର ୱାର୍ଡ ହରିଜନ ସାହିର ବାସିନ୍ଦା ।

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସାହି ସ୍ଥିତି ବେହାଲ ହୋଇଛି । ସାହିରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ପଂଚାୟତ କାର୍ଯ୍ୟାଳୟ ପଛପଟେ ଥିବା ହରିଜନ ସାହିଟି କଟକ-ପାରାଦୀପ ମୁଖ୍ୟ ରାସ୍ତା କଡରେ ରହିଛି । ପାରାଦୀପ ରାସ୍ତା କଡରେ ଥିବା ଦୋକାନ ଓ କୋଠା ଘର ଯୋଗୁଁ ସାହିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ବର୍ଷା ଦିନେ ଲୋକଙ୍କ ଦୁର୍ଦ୍ଦଶା ବଢୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।