ଠକ ବିଲଡରଙ୍କ ଠକେଇ : ବର୍ଷାଦିନେ ଉବୁଟୁବୁ ଗ୍ରାହକ

18

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମିଲେନିୟମ ସିଟିରେ ମିଲିୟନ୍ ଦୁଃଖ । ବର୍ଷା ଆସିଲେ ଏ ଦୁଃଖ ଆହୁରି ବଢି ଯାଉଛି । କାରଣ ଗୋଳି ପାଣିର ସୁଅ ଭିତରେ ଏମାନଙ୍କୁ ରାସ୍ତା ଖୋଜିବା ମୁସ୍କିଲ୍ ହୋଇ ପଡୁଛି । କୃତ୍ରିମ ବନ୍ୟାରେ ବୁଡି ଯାଇଛି ମଧ୍ୟବିତ୍ତଙ୍କ ସ୍ୱପ୍ନ । ପେଟକୁ କାଟି ରାଜଧାନୀର ଉପକଣ୍ଠରେ ଏମାନେ ସମସ୍ତେ ପ୍ଲଟ୍ କିଣିଥିଲେ । କିଛି ବର୍ଷ ପରେ ଘର କଲେ। ହେଲେ ଚୁକ୍ତି ଅନୁସାରେ ପ୍ଲଟ୍ ଯୋଗାଇଥିବା ରିୟଲ ଇଷ୍ଟେଟ୍ କଂପାନୀ କିନ୍ତୁ ରାସ୍ତାଟିଏ ନିର୍ମାଣ କରି ଦେଲାନି । ଫଳରେ ବର୍ଷା ଆସିଲେ କଲୋନୀବାସୀଙ୍କ ଅବସ୍ଥା ଖରାପ୍ ।

କୃତ୍ରିମ ବନ୍ୟାରେ ଉବୁଟୁବୁ ହେବାକୁ ବାଧ୍ୟ କରିଥିବା ସେହି ଠକ ବିଲଡର ହେଉଛି ନିରଂଜନ ରଣା । ଯିଏ ଲୋକଙ୍କୁ ଏଭଳି ପାଣି ଘେରକୁ ଛାଡି ଦେଇ ଫିଲ୍ମ ତିଆରି କରୁଥିଲେ , ଅୟେଶ କରୁଥିଲେ । ନିରଂଜନ ରଣାଙ୍କ ଭଳି ଏମିତି ଅନେକ ୪୨୦ ବିଲଡରଙ୍କ ଠକାମୀର ଶୀକାର ହୋଇଛନ୍ତି ରାଜଧାନୀର ଅନେକ ଲୋକ ।