ଯମୁନା ନଦୀରେ ବଢୁଛି ଜଳସ୍ତର: ବିପଦ ସଙ୍କେତ ଉପରେ ପାଣି, ଦିଲ୍ଲୀର ତଳିଆ ଅଂଚଳ ପ୍ରତି ବିପଦ, ଆଲର୍ଟରେ ଏନଡିଆରଏଫ

43

କନକ ବ୍ୟୁରୋ: ଦିଲ୍ଲୀରେ ଭୟଙ୍କର ବନ୍ୟା ପରିସ୍ଥିତି । ଯମୁନା ନଦୀର ଜଳସ୍ତର ଲଗାତାର ବଢୁଥିବାରୁ ଦିଲ୍ଲୀର ତଳିଆ ଅଂଚଳ ଜଳମଗ୍ନ ହୋଇଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଅନେକ ଗାଁରେ ପାଣି ପଶିଯାଇଛି । ପରିସ୍ଥିତି ଏପରି ହୋଇଥିଲା ଯେ, ଲୋକଙ୍କ ଛାତ ଉପରେ ରାତିରେ ରହିବାକୁ ପଡିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଚ୍ଚ ପଦାଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି ।

ହରିୟଣାରେ ଜଳ ଛଡାଯାଇଥିବାରୁ ସନ୍ଧ୍ୟାସୁଦ୍ଧା ଦିଲ୍ଲୀରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି । ବନ୍ୟା ଯୋଗୁଁ ତଳିଆ ଅଂଚଳ କ୍ଷତିଗ୍ରସ୍ତ ହେବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି । ଅନେକ ଘରେ ପାଣି ପଶିଯାଇଛି । ସମସ୍ତ ବିଭାଗକୁ ହାଇ ଆଲର୍ଟ ଜାରି କରାଯାଇଛି । ଅନେକ ଲୋକଙ୍କୁ ପ୍ରଶାସନ ନିରାପଦ ସ୍ଥାନକୁ ନେଇଛି । ଏନଡିଆରଏଫକୁ ଆଲର୍ଟରେ ରଖାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଘନ ଘନ ବୈଠକ କରିଛନ୍ତି । ତଳିଆ ଅଂଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । କିଛି ସ୍ଥାନରେ ଟ୍ରାଫିକରେ ବି ପରିବର୍ତନ କରାଯାଇଛି ।