ହୀରାକୁଦ ଡ୍ୟାମକୁ ଭଗବାନ ଭରସା ! ଚଳିତବର୍ଷ ଜଳଭଣ୍ଡାରକୁ କମିଛି ଜଳପ୍ରବାହ, ବିଦ୍ୟୁତ ଉତ୍ପାଦନରେ ସଂକଟ ଉପୁଜିବା ନେଇ ଆଶଙ୍କା

49

କନକ ବ୍ୟୁରୋ : ଭଗବାନ ଭରସାରେ ଏବେ ହୀରାକୁଦ ଡ୍ୟାମ୍ । ଗତ ବର୍ଷ ତୁଳନାରେ ଏ ବର୍ଷ ମଧ୍ୟ ହୀରାକୁଦ ଜଳ ଭଣ୍ଡାରକୁ ଜଳପ୍ରବାହ କମିଛି । ତେଣୁ ଆଗକୁ ଡ୍ୟାମରେ ବିଦ୍ୟୁତ ଉତ୍ପାଦନରେ ବାଧା ସୃଷ୍ଟି ହେବାର ଆକଳନ କରିଛନ୍ତି ବିଶେଷଜ୍ଞ ।

ଏବର୍ଷ ମୌସୁମୀରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମିଛି । ଗତ ବର୍ଷ ତୁଳନାରେ ଏହ ବର୍ଷ ଆହୁରୁ କମ୍ ପାଣି ହିରାକୁଦ ଡ୍ୟାମରେ ପ୍ରବେଶ କରିଛି । ଡ୍ୟାମର୍ ବର୍ତ୍ତମାନ ଜଳସ୍ତରକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି । ତେଣୁ ବିଦ୍ୟୁତ୍ ଉତ୍ପାଦନରେ ସମସ୍ୟା ସୃଷ୍ଟି ହୋଇପାରେ । ଖରା ଦିନେ ଆପଣଙ୍କୁ ସମସ୍ୟା ଭୋଗିବାକୁ ପଡିପାରେ ।

 


– ଜୁନ ୧୫ରୁ ଅକ୍ଟୋବର ୩୧ ଯାଏଁ ମୌସୁମୀ ଋତୁ ବୋଲି ବିଚାର କରାଯାଏ

– ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ୍

– ମୌସୁମୀ ସମୟରେ ଧିରେ ଧିରେ ଜଳଭଣ୍ଡାରକୁ ପୂର୍ଣ୍ଣ କରାଯାଏ

– ୨୦୧୭ ଆଜିର ଦିନରେ ଜଳଭଣ୍ଡାରର ଜଳସ୍ତର ୬୨୯.୫୮ଫୁଟ୍ ରହିଥିଲା ।

– କିନ୍ତୁ ଏ ବର୍ଷ ଜଳପ୍ରବାହ କମିଥିବାରୁ ଏବେ ଜଳସ୍ତର ୬୨୭.୯୩ଫୁଟ୍ ରହିଛି

– ଏହା ଗତ ବର୍ଷ ତୁଳନାରେ ବହୁତ କମ୍ ।

ଡ୍ୟାମକୁ ଜଳ ପ୍ରବାହ କମିବାରୁ ବିଜୁଳି ଓ ଚାଷ ପାଇଁ ଦିନକୁ ୧୬,୦୦୦ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଏପଟେ ଛତିଶଗଡ କଲମା ବ୍ୟାରେଜ ଧିରେ ଧିରେ ବନ୍ଦ ହେଉଛି । ଛତିଶଗଡ ସରକାର ଗେଟ୍ ୬୩ଟି ଗେଟ୍ ବନ୍ଦ କରିଥିବା ବେଳେ ମାତ୍ର ୩ଟି ଗେଟ୍ ଖୋଲା ରହିଛି । ଯାହା ଫଳରେ ହୀରାକୁଦକୁ ଜଳ ପ୍ରବାହ କମିଛି । ଯଦି ଆଗକୁ ବର୍ଷା ନହୁଏ ତା ହେଲେ ମାର୍ଚ୍ଚ ମାସ ବେଳକୁ ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜିବା ସମ୍ଭାବନା ଦେଖାଯାଇଛି ।